
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – କୋଭିଡ-୧୯ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ସଟ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଅମାନିଆ ମାନେ ମାନିବାକୁ ନାରାଜ।ପୋଲିସ ତରଫରୁ ବାଇକ ଚଳାଚଳ ଉପରେ କଟକଣା ଲଗାଯାଇଥିଲା ବେଳେ ବିନା କାରଣରେ ଲୋକମାନେ ସାଇକେଲ ଓ ଚାଲି ଚାଲି ବୁଲୁଥିବା ଦେଖାଯାଇଛି।ଏହି ସଟଡାଉନ ସମୟରେ ଘରେ ରହିବାକୁ ନିର୍ଦ୍ଦେଶ ଥିଲାବେଳେ ବହୁ ଲୋକ ସକାଳେ ଓ ସନ୍ଧ୍ୟାରେ ଅନାୟାସରେ ଚଳପ୍ରଚଳ ହେଉଛନ୍ତି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନିର୍ଦ୍ଦେଶରେ ଆଜି ସହରର ପ୍ରମୁଖ ୪ଟି ପ୍ରବେଶ ପଥରେ ବ୍ୟାରିକେଡ ନିର୍ମାଣ କରି ପୋଲିସ ଓ ପ୍ରଶାସନ ତରଫରୁ ଚେକିଂ କଡ଼ାକଡ଼ି କରାଯାଇଛି।ବିନା କାରଣ ରେ ସହରକୁ ଆସୁଥିବା ଲୋକଙ୍କୁ ଫେରିଯିବାକୁ ନିର୍ଦେଶ ଦିଆଯାଉଛି।ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ନିଜେ ଉପସ୍ଥିତ ରହି ଏହି କାର୍ଯ୍ୟ ତଦାରଖ କରୁଥିବା ବେଳେ ତହସିଲଦାର ଆଲୋକ କୁମାର ପ୍ରଧାନ, ବି ଡି ଓ ଅନିଲ କୁମାର ସେଠୀ, ଆଇ ଆଇ ସି ସୁଦୀପ୍ତ କୁମାର ସାହୁ ଓ ଅନ୍ୟ ଅଧିକାରୀ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ରହି ଚେକିଂ ବ୍ୟବସ୍ଥା ସମ୍ଭାଳିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO