
ଆଜି ସକାଳ 10 ଘଣ୍ଟ ସମୟରେ ନୀଳାଦ୍ରି ବିହାର ସ୍ଥିତ ସାହି ବାସିନ୍ଦା ଜଗବନ୍ଧୁ ପଣ୍ଡା, ବୟସ ପ୍ରାୟ,35 ବର୍ଷ, ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟନ୍ତୀ ପଣ୍ଡା, ବୟସ 25 ,ସେ ବର୍ତ୍ତମାନ 2 ମାସର ଗର୍ଭବତୀ ଅଟନ୍ତି।ଆଜି ତାଙ୍କ ଘର ବାହାରେ ଜୟନ୍ତୀ ପଣ୍ଡା କୁଁ ଏକ ବୁଲା କୁକୁର କାମୁଡ଼ି ଦେଲା ଏଣୁ ତାଙ୍କ ସ୍ବାମୀ ଅସ୍ତ ବ୍ୟସ୍ତ ହୋଇ 108 ଏବଂ 100 ନମ୍ବର କୁ ଯୋଗାଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା।ସେହି ସମୟରେ ଜଗବନ୍ଧୁ ପଣ୍ଡାଙ୍କୁ ତାଙ୍କର ସମ୍ପର୍କୀୟ ଲକ୍ଷଣ ସାମ୍ବାଦିକ ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାରଣା କଁ ନମ୍ବର ଦେଲେ ଏବଂ ସେ ସଂଗେ ସଂଗେ ଶ୍ରୀଯୁକ୍ତ ମହାରଣା କଁ ସହିତ ଯୋଗାଯୋଗ କରିଥିଲେ।ଏବଂ ଫୋନ ପାଇବା କ୍ଷଣି ସାମ୍ବାଦିକ ସଞ୍ଜୟ ବାବୁ ନିଳାଦ୍ରୀ ବିହାର ରେ ପହଞ୍ଚି ଯାଇଥିଲେ। ଏବଂ ପରିସ୍ଥିତି ଦେଖି ସାମ୍ବାଦିକ ଜଣକ ବ୍ରହ୍ମପୁର ଟାଉନ ଥାନା ଅଧିକାରୀ ଶ୍ରୀଯୁକ୍ତ ସୁରେଶ କୁମାର ତ୍ରିପାଠୀ କଁ ସହିତ ଯୋଗାଯୋଗ କରିଥିଲେ।ଏବଂ ଥାନା ଅଧିକାରୀ ତୁରନ୍ତ pcr ଗାଡ଼ି ପଠାଇ ପିଡ଼ିତା ଏବଂ ତାଙ୍କ ସ୍ତ୍ରୀ କୁଁ ହସ୍ପିଟାଲରେ ପହଞ୍ଚାଇଲେ।ଏପରି ମହାନ କାର୍ଯ୍ୟ ପାଇଁ ବ୍ରହ୍ମପୁର ବାସୀ ଥାନା ଅଧିକାରୀ କୁଁ ଭୁରି ଭୁରି ପ୍ରଶଂସା କରିବା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବ୍ରହ୍ମପୁର ସହରରେ।ପ୍ରକାଶ ଥାଉକି ଯେ କୌଣସି ଜାଗାରେ କୌଣସି ଅସୁବିଧା ହେଲେ ଖବର ପାଇବା କ୍ଷଣି ତୁରନ୍ତ ସମାଧାନ କରିଥାନ୍ତି ଟାଉନ ଥାନା ଅଧିକାରୀ ଶ୍ରୀଯୁକ୍ତ ସୁରେଶ କୁମାର ତ୍ରିପାଠୀ।ଏବଂ ସାମ୍ବାଦିକ କଁ ଏପରି ମହାନ କାର୍ଯ୍ୟ ପାଇଁ ଥାନା ଅଧିକାରୀ ପ୍ରଶଂସା କରି କହିଛନ୍ତି।ଯେ ଯୁବ ସମାଜ ପାଇଁ ସାମ୍ବାଦିକ ସଞ୍ଜୟ କୁମାର ମହାରଣା ଏକ ଉଦାହରଣ ଅଟନ୍ତି।ତାଙ୍କର ଏପରି କାର୍ଯ୍ୟ ବ୍ରହ୍ମପୁର ବାସୀଙ୍କ ପାଇଁ ସେ ଦେବଦୂତ ଅଟନ୍ତି।ତେଣୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ।ଜଣେ ଥାନା ଅଧିକାରୀ କଁ ଏପରି କାର୍ଯ୍ୟ ଦେଖି ନିଜକୁ ଗର୍ବିତ ଅନୁଭବ ହେଉଛି।ସାରା ବିଶ୍ୱ ଲକ ଡାଉନ ଥିବା ବେଳେ ବ୍ରହ୍ମପୁର ସହର ପାଇଁ ସେ ଜଣେ ମହାନ ବ୍ୟକ୍ତି ଅଟନ୍ତି।ଏଣୁ ବୁଦ୍ଧିଜୀବୀଏବଂ ସ୍ଥାନୀୟ ବାସିନ୍ଦା ମହଲରେ ଆନନ୍ଦ ଖେଳି ଯାଇଛି ।ଧନ୍ୟବାଦ ବ୍ରହ୍ମପୁର ପୋଲିସ।ସବୁବେଳେ ଜନସାଧାରଣ କଁ ସେବାରେ ନିଜକୁ ଉତ୍ସର୍ଗ କରିଥାନ୍ତି।

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO