
ଦିଗପହଣ୍ଡି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ ଡ଼ାଉନ ଚାଲିଥିବା ବେଳେ ଏହାର ସୁଯୋଗରେ ଫାଇଦା ମାରିବାକୁ ଚଞ୍ଚଳ ହୋଇପଡିଛନ୍ତି କିଛି ଅସାଧୁ ଚୋରା ମଦ ବେପାରୀ।ଗ୍ରାହକଙ୍କୁ ଚଢ଼ା ଦରରେ ମଦ ବିକ୍ରି କରି ରାତାରାତି ମାଲେମାଲ ହେବାକୁ ସ୍ୱପ୍ନ ଦେଖୁଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ମଥୁରା ଛକ ପାଣ୍ଡା ଚୌଧୁରୀ (୪୦) ଓ ଵି ତୁରୁବୁଡି ଗ୍ରାମ ର କୈଳାସ ବେହେରା (୩୧)ଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ସୂଚନା ପ୍ରକାରେ ବୁଧୁବାର ଦିନ ସମୟ ପ୍ରାୟ ୯ ଟା ଠାରୁ ୧୦ ମଧ୍ୟରେ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ରୋସନ ହସ୍ତା ଯଥାକ୍ରମେ ମଥୁରା ଓ ବି ତୁରିବୁଡ଼ି ଠାରେ ଚଢ଼ାଉ କରି ଦେଶୀ ମଦ ପାଉଚ ୪୦ଲିଟର ଓ ମହୁଲି ମଦ ୨୦ ଲିଟର ଜବତ କରି ୨ ମଦ ବେପାରୀଙ୍କୁ ଗିରଫ କରିଥିଲେ।ସବୁଠାରୁ ବଡ଼ ଲଜ୍ଜାର ବିଷୟ ଏହା ଯେ ବି ତୁରୁବୁଡି ଗ୍ରାମର କୈଳାସ ବେହେରା ବର୍ତ୍ତମାନ ଜଣେ ଜନ ପ୍ରତିନିଧି ଅର୍ଥାତ ସେ ପଞ୍ଚାୟତ ର ୧୭ ନଂ ୱାର୍ଡର ୱାର୍ଡ ସଭ୍ୟ ଅଛନ୍ତି।ସେ ତାଙ୍କର କୁକୁଡ଼ା ଫାର୍ମ ରେ କୁକୁଡ଼ା ବିକିବା ପରିବର୍ତ୍ତେ ମଦ ବିକ୍ରି କରୁଥିଲେ।ଜନ ପ୍ରତିନିଧି ହୋଇ ଲୋକଙ୍କୁ ସଚେତନତା କରାଇବା ପରିବର୍ତେ ଯଦି ଏପରି ମଦ ବିକ୍ରି କରିବେ ଓ ଖସି ଯିବା ପାଇଁ ରାଜନୈତିକ ଚାପ ସୃଷ୍ଟି କରିବେ ତେବେ ଜନ ସାଧାରଣ ତାଙ୍କ ଠାରୁ କଣ ଆଶା କରିବେ ତାହା ଏବେ ପ୍ରଶ୍ନବାଚୀ। ଏନେଇ ଅବକାରୀ ବିଭାଗ କେଶ୍ ନଂ ୨/୨୦ ଓ ୨୧ ରେ ୨ଟି ମାମଲା ରୁଜୁ କରି ମଦ ବେପାରୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।ଉକ୍ତ ଚଢ଼ାଉ ବେଳେ ଚିକିଟି ଅବକାରୀ ବିଭାଗ ଝଓ ଶ୍ରୀଧର ମହାନ୍ତି, ଇଝଓ ରବୀନ୍ଦ୍ର ନାଥ ପାଢ଼ୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ରିପୋର୍ଟ: ପ୍ରଫୁଲ୍ଲ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO