ଗଞ୍ଜାମ:ସ୍ଥାନୀୟ ଆଦିତ୍ୟ ବିର୍ଲା ଗ୍ରାସୀମ କମ୍ପାନୀ ଓ ପାଳିବନ୍ଧ ପଞ୍ଚାୟତ ଅ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ସମୁଦ୍ର ବେଳାଭୂମି ଦିବସ ଗଞ୍ଜାମ ବ୍ଲକ ର ପାଳିବନ୍ଧ ପଞ୍ଚାୟତ ର ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଅନୁଆଟିତ ହୋଇଯାଇଛି।
ଏହି ଅବସରରେ ପୋଡ଼ମ ପେଟା ODRP କଲୋନୀ ବେଳାଭୂମିରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ନିମନ୍ତେ ସଚେତନତା ବାର୍ତା ଦେଇଥିଲେ। ତତ ସହିତ ବେଳାଭୂମି ସଫାରହିଲେ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଚ ଙ୍କ ଗଣଆଣ୍ଡା ଦାନ ପର୍ବ ସୁଗମ ହୋଇପାରିବା ସହ ପର୍ଯ୍ୟଟକ ମାନେ ଆକୃଷ୍ଟ ହୋଇପାରିବେ।
ଅନ୍ୟ ସଂମାନିତ ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଗଂଜାମ ବ୍ଲକ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ,ତହସିଲଦାର ଅବନୀ କୁମାର ସାହୁ,ଏଟିଓ ସନାତନ ମଳିକ ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିବାବେଳେ ଗ୍ରାସୀମ କମ୍ପାନୀ ୟୁନିଟ ହେଡ ଶଶାଙ୍କ ଶେଖର ପାରିଖ ଙ୍କ ସହ ଗ୍ରାସୀମ କମ୍ପାନୀ କର୍ମକର୍ତା, ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ଛୋଟରାୟ,ଖଲ୍ଲିକୋଟ ରେଞ୍ଜର ଦିଲୀପ କୁମାର ମାର୍ଥା, ଏକୋକ୍ଳବ ଜିଲ୍ଲା ସଂଯୋଜକ ଡ଼ଃ ଶଙ୍କର ନାରାୟଣ ବେଜ,ଋଷିକୂଲ୍ୟା ସାମୁଦ୍ରିକ କଇଁଛ ସୁରକ୍ଷା ସମ୍ପାଦକ ରବୀନ୍ଦ୍ର ସାହୁ,ସାମାଜିକ କର୍ମୀ ଉମାକାନ୍ତ ବେହେରା,ଦିଗଦର୍ଶନ ୟୁଥ କ୍ଳବ ସଭାନେତ୍ରୀ ବିଜୟ ଲକ୍ଷ୍ମୀ ମହାଙ୍କୁଡ଼,ପୁରୁଣାବନ୍ଧ ସ୍କାଉଟ ଗାଇଡ଼ ଶିକ୍ଷୟତ୍ରୀ ଫିରୋଜବାଳା ସାମନ୍ତ ସିଂ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଏହି ସ୍ଵଛତା କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ। ପୋଡ଼ମପେଟା ଗ୍ରାମର ସଗାରକନ୍ୟା ଯୁବକ ସଙ୍ଘ,ଗଂଜାମ ଦିଗ ଦର୍ଶନ ୟୁଥ କ୍ଳବ,ଗୋଖରକୁଡ଼ା ଗ୍ରାମର ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ,ନୀଳାଦ୍ରି ପୁର ୟୁଥ ମାସ,ଗଂଜାମ ପ୍ରେସକ୍ଳବ,ଗଂଜାମ କଲେଜ ଏନ ଏସ ଏସ,ହୁମା ସରକାରୀ ଉଚବିଦ୍ୟାଳୟ,ନିଳାଦ୍ରୀପୁର ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟ,ସୁବଳୟା ଉଛ ବିଦ୍ୟାଳୟ ଛାତ୍ରଛାତ୍ରୀ,ସ୍ୱୟଂ ସହାୟିକା ଗୋଷ୍ଟି,ଅଙ୍ଗନବାଡି କର୍ମୀ,ଓଡିଶା ମହିଳା ଜୀବିକା ମିଶନ,ଏବଂ ସ୍ଥାନୀୟ ପଂଚାୟତର ସମସ୍ତ ଗ୍ରାମର ଗ୍ରାମବାସୀ ଯୁବ ଗୋଷ୍ଟି,ବୁଦ୍ଧିଜୀବୀ ଏପରିକି 400 ରୁ ଉର୍ଦ୍ଧ୍ବ ଜନସାଧାରଣ ଏହି ସ୍ଵଛତା କାର୍ଯ୍ୟକ୍ରମରେ ସାମିଲ ଥିଲେ।