
ଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇପାସ ଛକ ନିକଟରେ ପ୍ରାୟ ଦେଢ଼ ମାସ ହେଲା ତେଲେଙ୍ଗାନା ରାଜ୍ୟ କମ୍ମମ ଜିଲ୍ଲାର କିଛି ଲୋକ ପରିବାର ସହ ଏଠାରେ ରହିଆସୁଛନ୍ତି।ସେମାନେ କିଛି ରୋଜଗାର କରିବା ପାଇଁ ଆସିଥିବା ବେଳେ ଏଠାରେ ଆୟୁର୍ବେଦିକ ଜଡି ବୁଟି ଔଷଧ ବିକ୍ରୀ କରିବା ସହ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୋକଙ୍କ ଭାଗ୍ୟ ଭବିଷ୍ୟତ ଗଣନା କରି ବେଶ ଦୁଇ ପଇସା ଅର୍ଜନ କରୁଥିଲେ।ହେଲେ ସରକାରଙ୍କ ତରଫରୁ କରୋନାକୁ ନେଇ ଲକ ଡାଉନ ଘୋଷଣା ହେବା ଫଳରେ ସେମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ସେମାନଙ୍କ ନିକଟରେ ଯାହା ପଇସା ଥିଲା ତାହା ମଧ୍ୟ ଶେଷ ହୋଇଗଲାଣି।ବର୍ତ୍ତମାନ ପରିସ୍ଥିତିରେ ସେମାନେ ନିଜ ଗ୍ରାମକୁ ମଧ୍ୟ ଫେରି ପାରୁନାହାନ୍ତି।ଏସମ୍ପର୍କରେ ଖବରପାଇ ଏନ ଏ ସି ସେମାନଙ୍କୁ ଭଞ୍ଜନଗର ଜଳସେଚେଚନ ଉନ୍ନୟନ ସାଂସ୍କୃତିକ ପରିଷଦ ତରଫରୁ ଯୋଗାଇ ଦିଆଯାଉ ଥିବା ରନ୍ଧାଖାଦ୍ୟ ପ୍ରତିଦିନ ପିଲା ଛୁଆ ସମେତ ୧୬ ଜଣଙ୍କୁ ବଣ୍ଟନ କରୁଥିଲେ ମଧ୍ୟ ଲକ ଡାଉନ ପରେ ଏଠାରେ ଫସିଥିବା ସମସ୍ତଙ୍କୁ ପ୍ରଶାସନ ତରଫରୁ ନିଜ ଗ୍ରାମକୁ ଫେରିବାରେ ସାହାଯ୍ୟ କରିବାକୁ ସେମାନେ ନିବେଦନ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO