![](https://indokalingtimes.com/wp-content/uploads/2019/09/IMG-20190921-WA0003.jpg)
-ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଚଳିତ ମାସ ବେଲଜିୟମ ଟୁର୍ ପାଇଁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ କୁ ସାମିଲ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱଟ କରି ଏହି ଦୁଇ ଖେଳାଳୀ ଆଓ ଭାରତୀୟ ଦଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ ୨୬ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁରରେ ଭାରତ ବେଲଜିୟମ ବିପକ୍ଷରେ ତିନୋଟି ଏବଂ ସ୍ପେନ୍ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବ। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।