
କେନ୍ଦ୍ରାପଡ଼ା – ରାଜ୍ୟ ଏ.ଆଇ.ଟି.ୟୁ.ସି କେନ୍ଦ୍ରାପଡା ଶାଖା ପାଚିକା ସଂଘର ପାଚିକାମାନେ ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂଘର ରାଜ୍ୟସ୍ତରୀୟ ନେତା ରମଣୀ ରଂଜନ ରାଉତରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶହ ଶହ ପାଚିକା ନୂଆବସଷ୍ଟାଣ୍ଡଠାରୁ ଶୋଭାଯାତ୍ରାରେ ସରକାର ବିରୁଦ୍ଧରେ ନାରାବାଜି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଏ.ଆଇ.ଟି.ୟୁ.ସିର ନେତା ରାଜକିଶୋର ନାୟକ, ସୁଶାନ୍ତ ବାରିକ, ଗଜେନ୍ଦ୍ର ନାୟକ, ଝରଣା ରାଉତ, ଡାଙ୍ଗି ସ୍ୱାଇଁ, ସ୍ୱର୍ଣ୍ଣଲତା ଦାସ, ଶ୍ରାବଣୀ ସାମଲ, ପୂର୍ଣ୍ଣିମା ପ୍ରଧାନ, ସ୍ୱର୍ଣ୍ଣଲତା ଦାସ, ସଜନୀ ବାରିକ, ସନ୍ଧ୍ୟାରାଣୀ ସୁର, ଝରଣା ବେହେରା, ବିତିକା ସରକାର, ହେମଲତା ପଣ୍ଡା, ବାସନ୍ତୀ ରାଉତ, ସବିତା ନାୟକ, ଅନିତା ଜେନା, ଡମୟନ୍ତି ସାମଲ, ଭଗବତି ପରିଡା, ମଂଜୁଲତା ସାହୁ, ମମତା ରାଉତ, ଶିବାନୀ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ । ମାସକୁ ୧୮ ହଜାର ଟଙ୍କା ଦରମା, ୧୨ ମାସର ଦରମା, ଉଚ୍ଛେଦ ବିଦ୍ୟାଳୟର ପାଚିକାଙ୍କୁ ନିଯୁକ୍ତି ପ୍ରଦାନ, ଦୁଇଖଣ୍ଡ ଶାଢି ପ୍ରଦାନ ଇତ୍ୟାଦି ୭ ଦଫା ଦାବି ସମ୍ଭଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।