
କେନ୍ଦ୍ରାପଡ଼ା- ସଡକ ନିରାପତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଟିଏନ୍ଏସ୍ ଓ ତୁଳସୀକ୍ଷେତ୍ର ସାପ୍ତାହିକ ପତ୍ରିକା ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି । ହେଲେମେଟ୍ ପିନ୍ଧି ଆସିଥିବା ବାଇକ୍ ଚାଳକ ମାନଙ୍କୁ ଗୋଲାପ ଫୁଲ ଓ ମିଠା ବଂଟନ କରାଯାଇଥିଲା । ବୁଧବାର ସକାଳ ୧୦ଟା ସମୟରେ ତିନିମୁହାଣୀଠାରେ ଏହି ଅଭିଯାନକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସଡକ ସୁରକ୍ଷା ଏବଂ ଜୀବନ ରକ୍ଷା ପାଇଁ ହେଲେମେଟ୍ ପିନ୍ଧିବା ଆବଶ୍ୟକ ସଚେତନତା ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଟିଏନ୍ଏସ୍ର ସଂପାଦକ ନିଳାଦ୍ରୀ ଭୂୂଷଣ ତ୍ରିପାଠୀ ମନୋଜ ଦାସ, ଅମର ବିଶ୍ୱାଳ, ସମୀର ଦାସ, ସୁବାସ ଚନ୍ଦ୍ର ସାହୁ, ପ୍ରଶାନ୍ତ ନାୟକ, ମିର୍ଜା ସାଜନ୍ ବେଗ, ସମୀର ଦାସଙ୍କ ସମେତ ଉପଦେଷ୍ଟା ଶଚ୍ଚି ବେହେରା, ଜଗଦିଶ ପତି, ରବିନାରାୟଣ ପତି, ପରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO