
କେନ୍ଦ୍ରାପଡ଼ା- ବିଦ୍ୟୁତ୍ ଠିକା ଶ୍ରମିକ ସଂଘ କେନ୍ଦ୍ରାପଡା ଜିଲ୍ଲା ସଂଗଠନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ସହରର ମୁଖ୍ୟ ପେଣ୍ଠସ୍ଥଳୀ ତିନିମୁହାଣୀଠାରୁ ଏକ ବିରାଟ ଶୋଭାଯାତ୍ରାରେ ଏହି କର୍ମଚାରୀମାନେ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟକୁ ଆସି ବିଦ୍ୟୁତ୍ ଶୁଳ୍କ ଆଦାୟ, ମିଟର ରିଡିଂ ପ୍ରଭୃତି କାର୍ଯ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଯୁକ୍ତ କରାଯିବା ଉପରେ ସରକାର ବିଚାର କରୁଥିବା ଖବର ପ୍ରକାଶ ପାଇବା ପରେ ପୂର୍ବରୁ ନିଯୁକ୍ତ ଥିବା ଏହି ଠିକା କର୍ମଚାରୀମାନେ ଚାକିରି ହରାଇବା ସମସ୍ୟାର ସମ୍ମୁଖୀନ ହେବେ । ଏହାକୁ ନେଇ ଶ୍ରମିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କଠାରେ ପ୍ରତିବାଦ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ଏନ୍ଜେନ୍ ଗ୍ଲୋବାଲ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଅଧିନରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ବହୁବିଧ ସମସ୍ୟା ସଂପର୍କରେ କେନ୍ଦ୍ରାପଡା ବିଦ୍ୟୁତ୍ ଠିକା ଶ୍ରମିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଅବସରରେ ସଂଘ ସଭାପତି ବରିଷ୍ଠ ଆଇନ୍ଜିବୀ ଦେବଦାସ ମହାନ୍ତିଙ୍କ ନେତୃତ୍ୱରେ ଶହ ଶହ ବିଦ୍ୟୁତ୍ ଠିକା ଶ୍ରମିକ ଏକ ବାଇକ୍ ଶୋଭାଯାତ୍ରରେ କେନ୍ଦ୍ରାପଡା ସହର ପରିକ୍ରମା କରି ନାଯ୍ୟ ଦାବୀ ହାସଲ କରିବା ନିମନ୍ତେ ସ୍ଲୋଗାନ୍ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଏଠାରେ ସମବେତ ହୋଇ ନିଜର ଦାବୀ ଉପସ୍ଥାପନ କରିଥିଲେ । ମିଟର ରିଡିଂ ଏବଂ ବିଲ୍ କଲେକ୍ସନ୍ କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ବନ୍ଦ କରିବା, ମିଟର ରିଡର ଏବଂ ବିଲ୍ କଲେକ୍ଟର ଏବଂ ଲାଇନ୍ମ୍ୟାନ୍ ଷ୍ଟାଫ୍କୁ ସରକାରଙ୍କ ପ୍ରଣିତ ସର୍ବ ନିମ୍ନ ମଜୁରୀ ତୁରନ୍ତ ପ୍ରଦାନ କରିବା, ଶ୍ରମିକମାନଙ୍କୁ ଦୀର୍ଘ ୧୧ ବର୍ଷର ଇପିଏଫ୍ ଏବଂ ବନୋସ୍ ଟଙ୍କା ସେମାନଙ୍କୁ ପ୍ରଦାନ କରିବା ଓ ଇଏସ୍ଆଇ ସୁବିଧାରେ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟରତ ସମସ୍ତ ବିଦ୍ୟୁତ୍ ଶ୍ରମିକ ସରକାରଙ୍କ ଚାକିରୀ ସର୍ତାବଳୀ ଅନୁସାରେ ବିମୁକ୍ତି ପ୍ରଦାନ କରିବା ଇତ୍ୟାଦି ଦାବି କରିଥିଲେ । ଏହି ଦାବି ସମ୍ବଳିତ ଏକ ଦାବିପତ୍ର ସଂଘ ସଭାପତି ଦେବଦାସ ମହାନ୍ତି, ଉପସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, ସାଧାରଣ ସଂପାଦକ ଶିଶିର କୁମାର ନାୟକ, ଯୁଗ୍ମ ସଂପାଦକ ପ୍ରଶନ୍ନ କୁମାର ନାୟକ, କୋଷାଧ୍ୟକ୍ଷ ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ଏକ ଦଳ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଯଦି ଏସ୍ଏଚ୍ଜି ଗ୍ରୁପ୍କୁ ଏହି କାର୍ଯ୍ୟ ଦିଆଯାଏ ଏଗାର ବର୍ଷ ଧରି କାର୍ଯ୍ୟ କରୁଥିବା ୮୫୦ ରୁ ଅଧିକ ଶ୍ରମିକଙ୍କ ରୋଜଗାର ହରାଇବେ । ଏହା ବନ୍ଦ କରାନଗଲେ ଆଗାମୀ ଦିନରେ ଶ୍ରମିକମାନେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଅନଶନ କରିବେ ବୋଲି ଦାବିପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO