
ଡାଲମିଆ ଭାରତ ଫାଉଣ୍ଡେସନ ଏବଂ ପାହାଡ଼ଟୋଲୀ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସାମୁହିକ ବୃକ୍ଷରୋପଣ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି l ଲାଞ୍ଜିବେର୍ଣ୍ଣlସ୍ଥିତ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ଖଣି ମୁଖ୍ୟ ସରୋଜ ରାଉତ ମୁଖ୍ୟ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମ ପରିବେଶକୁ ସବୁଜ ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ l ଶ୍ରୀଯୁକ୍ତ ରାଉତ ପାହାଡ଼ଟୋଲୀ ଗ୍ରାମରେ ପ୍ରତି ଆଦିବାସୀମାନଙ୍କ ପାଇଁ ଗୋଟିଏ ଲେଖାଏଁ ଉନ୍ନତ କିସମର ଆମ୍ବ ଚାରା କମ୍ପାନୀ ତରଫରୁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ l ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ସିଏସଆର ବିଭାଗ ମୁଖ୍ୟ ଡ଼ ନୀଳାଦ୍ରି ପାଢ଼ୀ, ପରାମର୍ଶଦାତା ମାନବ ଜଲାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇବା ସହିତ କମ୍ପାନୀ ସହିତ ଜଡିତ ରହି ଗ୍ରାମରେ ବିଭିନ ଉନ୍ନତୀକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ l ଉପସ୍ଥିତ ସମସ୍ତ ମହିଳା, ଯୁବକ, କିଶୋରୀ ବାଳିକା ତଥା ସ୍କୁଲ ଛାତ୍ର ଛାତ୍ରୀ ବୃକ୍ଷରୋପଣରେ ଭାଗ ନେଇଥିଲେ l ଶେଷରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଉତ ଏକ ଫୁଟବଲ ମ୍ୟାଚର ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମକୁ ପାହାଡ଼ଟୋଲୀ ଗ୍ରାମର ବୀର ବିର୍ସା ଯୁବକ ସଙ୍ଘର ସଭ୍ୟ ମଙ୍ଗଳା ବାର୍ଲା, ମୁନା ବାର୍ଲା, ରାକେଶ ବାର୍ଲା, ସଂଜୀବ ବାର୍ଲା, କିଶୋର କୁଜୁର, ସୁରେଶ ବାର୍ଲା, ବିକ୍ରମ କୁଜୁର, ଦୀପକ ବାର୍ଲା, ଗର୍ବରେଲ ବାର୍ଲା, ରୋଶନ ମିଞ୍ଜ, ପ୍ରମୁଖ ପରିଚାଳନା କରିଥିବା ବେଳେ ଲାଞ୍ଜିବେର୍ଣ୍ଣ ଖଣି ସିଏସଆର ବିଭାଗର କର୍ମକର୍ତ୍ତାମାନେ ସଂଯୋଜନା କରିଥିଲେ l

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO