
ଜଗନ୍ନାଥ ପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ସଂସ୍ଥା, ଜାତୀୟ ସେବା ଯୋଜନା ଓ ଭାରତ ସ୍କାଉଟ ଆଣ୍ଡ ଗାଇଡ୍ ତରଫରୁ କଲେଜ ପରିସର ମଧ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଲେଜ ଅଧ୍ୟକ୍ଷ ସନାତନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡଃ ଦାସ କିରଣ କୁମାର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ, ଏବଂ କହିଲେ ରକ୍ତର ବିକଳ୍ପ ନାହିଁ, ରକ୍ତଦାନ ଜୀବନ ଦାନ। ଯୁବ ଗୋଷ୍ଠୀ ମାନେ ରକ୍ତଦାନ କରି ଜୀବନକୁ ସାର୍ଥକ କରିବା ଉଚିତ। ରେଡକ୍ରସ ଯୁବ ପରାମର୍ଶଦାତା ଅଧ୍ଯାପକ ଲୋକନାଥ ମହାନ୍ତି ଶିବିରର ମହତ୍ଵ ଓ ରକ୍ତଦାନର ଅବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ। ଏହି ଶିବିରରେ ୩୨ ଜଣ ସ୍ଵେଚ୍ଛାସେବୀ ରକ୍ତଦାନ କରିଥିଲେ। ଏହି ଶିବିରରେ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ, ଜଗନ୍ନାଥ ପ୍ରସାଦ ଓ ଆମ ଓଡ଼ିଶା, ସମ୍ବାଦ ସହଯୋଗ କରିଥିଲେ। ଅଧ୍ଯାପକ ଡଃ ପ୍ରମୋଦ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅଧ୍ଯାପକ ଡଃ ବିନୋଦ କୁମାର ଦାସ, ଅଧ୍ଯାପକ ନିରଞ୍ଜନ ଶତପଥୀ, ଅଧ୍ଯାପକ ବିଭୂତି ଭୂଷଣ ପ୍ରଧାନ, ଅଧ୍ଯାପକ ବିରଞ୍ଚି ନାରାୟଣ ପ୍ରଧାନ, ଗ୍ରନ୍ଥାଗାରିକ ରଘୁନାଥ ପାଣି, ଡି.ଇ.ଓ ସରୋଜ କୁମାର ନାୟକ, ସମ୍ବାଦ ପ୍ରତିନିଧି ଚନ୍ଦ୍ରକେତୁ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭଞ୍ଜନଗର ରକ୍ତ ଭଣ୍ଡାର ତରଫରୁ ବିପିନ୍ ବିହାରୀ ପାଣିଗ୍ରାହୀ ଓ ସାଥୀ ରକ୍ତ ସଂଗ୍ରହ କରି ଲୋକଙ୍କ ସେବା ପାଇଁ ଭଞ୍ଜନଗର ଓଡିଶା ରକ୍ତ ଭଣ୍ଡାରର କୁ ନେଇଥିଲେ।

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO