
ସାନଖେମୁଣ୍ଡି:ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଦ୍ଯାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି।ରାଜନୀତି ବିଜ୍ଞାନ ବିଭାଗର ମୂଖ୍ଯ ଅଧ୍ଯାପକ ଶ୍ରୀ ରବିନ୍ଦ୍ର ବେହେରାଙ୍କ ପୌରହିତ୍ଯରେ ମୂଖ୍ଯବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନର ବରିଷ୍ଠ ପ୍ରଫେସର ଡ.ଦାଶରଥି ଭୂୟାଁ,ମୂଖ୍ଯ ଅତିଥି କଲେଜର ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଫୁଲ କୁମାର ରାଉତ,ସମ୍ମାନିତ ଅତିଥି ଭାବେ ଅଧ୍ଯାପିକା ଶ୍ରୀମତୀ ପ୍ରିୟଙ୍କା ଜେନା ଆଦି ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମୂଖ୍ଯବକ୍ତା ସାମ୍ପ୍ରତିକ ସମୟରେ ଭାରତୀୟ ରାଜନୀତିରେ ପ୍ରଚଳିତ ପ୍ରତିଯୋଗିତା ମୂଳକ ଘୃଣ୍ଯ ରାଜନୀତିକୁ ଦୃଢ ଭାବେ ସମାଲୋଚ଼ନା କରି ବିଦ୍ଯାର୍ଥୀମାନେ ଉତ୍ତମ ବିବେକୀ ଭାବେ ନିଜର ମତାମତକୁ ରାଷ୍ଟ୍ରର ବିକାଶଶୀଳ କ୍ଷେତ୍ରରେ ମତଦାନ କରିବା ସକାଶେ ଆହ୍ବାନ କରିଥିଲେ।ସେହିପରି ନିଜକୁ ଦାୟିତ୍ୱବାନ ଭାବେ ଭବିଷ୍ଯତ ଗଠନ କରି କଲେଜର,ସମାଜର ସୁନାମ ଅର୍ଜନ କରିବାକୁ ସମ୍ମାନିତ ଅତିଥି ଉପଦେଶ ଦେଇଥିଲେ।ପାଠଚକ୍ରର ପରିଶେଷରେ ଶେଷବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ଅଧ୍ଯାପିକା ପ୍ରିୟଙ୍କା ଜେନା ଧନ୍ଯବାଦ ଅର୍ପଣ କରିଥିବା ବେଳେ ଛାତ୍ରଛାତ୍ରୀ,ଅଧ୍ଯାପକ,ଅଧ୍ଯାପିକା ଆଦି ବହୁ ସଂଖ୍ଯାରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ରିପୋର୍ଟ=ପ୍ରଫୁଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO