
ବ୍ରହ୍ମପୁର/ ହିଞିଳିକାଟୁ :-ସ୍ଥାନୀୟ ପୌରଞ୍ଚଳ ସ୍ଥିତ ଆରଏମସି ନିକଟସ୍ଥ ବାଣ ବଜାର ପଡିଆ ପରିସରରେ ବୁଧବାର ଏସ ଆର କମ୍ପାନୀର ଗଞ୍ଜାମ ପରିଚାଳକ ଅଜିତ କୁମାର ସାବତଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଚିକେନ୍ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପଶୁ ଚିକିତ୍ସାଧିକାରୀ ଲମ୍ବୋଦର ମହାପାତ୍ର ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଗତ ମାସରେ ଦେଖାଯାଇଥିବା କୋରନା ଭାଇରସ ଓ ବାର୍ଡଫ୍ଲୁକୁ ନେଇ ଗଞ୍ଜାମ ଜିଲ୍ଲାର ଲୋକ ମାନଙ୍କ ମନରେ ଯେଉଁ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଲୋକମାନେ ଚିକେନ୍ ଓ ଅଣ୍ଡା ଖାଇବା ଏକ ପ୍ରକାର ଛାଡି ଦେଇଥିଲେ ।
କୁକୁଡ଼ା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲେ ।ବହୁଦିନ ବିତି ଯାଇଥିବା ବେଳେ ଲୋକ ମାନଙ୍କ ମଧ୍ୟରେ ବାର୍ଡଫ୍ଲୁକୁ ନେଇ ଏବେବି ଚିକେନ୍ ଖାଇବେକି ନାହିଁ ଦ୍ଵନ୍ଦରେ ରହିଥିବା ବେଳେ ଆଜି ମେଳାରେ ଅତିଥି ଶ୍ରୀ ମହାପାତ୍ର ପ୍ରଥମେ ଚିକେନ୍ ଖାଇ ଲୋକମାନଙ୍କୁ ବି ଚିକେନ୍ ଖାଇଲେ କୌଣସି ସମସ୍ୟା ନାହିଁ ବୋଲି ସୂଚନା ଦେଇଥିଲେ । ଆୟୋଜିତ ମେଳା ରେ ଭି ଏଚ ଏଲ କମ୍ପାନୀର ପରିଚାଳକ ସୁବୋଧ ସ୍ୱାଇଁ,ସୁଗୁନା କମ୍ପାନୀର ପରିଚାଳକ ଗୁରୁଚରଣ ରାଉତ, ଜାଫା କମ୍ପାନୀର ନୀଳମାଧବ ପରିଡା, ବାବା ଫୀଡ଼ ର ସନ୍ତୋଷ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ କୁକୁଡ଼ା ଫାର୍ମର ଦୟାପଲ୍ଲୀ ର ଟି ବି ତ୍ରିପାଠୀ, ଡେଙ୍ଗାପଦର ନିରଞ୍ଜନ ସାହୁ,ଗୁଣ୍ଠୁବନ୍ଧ କାହ୍ନା ସେଠୀ, ଗଙ୍ଗାପୁର କେ.ପ୍ରକାଶ ରାଓ,ବଡଖୋଲି ସୀମାଞ୍ଚଳ ଦୋରା,ହିଞିଳି ବାପି ପାଢ଼ୀ,ଗୌତୁମୀ ଏସ ପ୍ରଶାନ୍ତ ରେଡ୍ଡୀ ସହଯୋଗ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।ପରେ ଚିକେନ୍ ଭାତର ବ୍ୟବସ୍ଥା ହୋଇଥିଲା ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO