ଭୁବନେଶ୍ୱର– ଐତିହାସିକ ବାଲିଯାତ୍ରାର ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଐତିହାସିକ ବାଲିଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍କଳୀୟ ଅସ୍ମିତା, ଅଦମ୍ୟ ସାହସିକତା ଏବଂ ଗୌରବୋଜ୍ଜ୍ୱଳ ନୌବାଣିଜ୍ୟ ପରମ୍ପରାର କାଳଜୟୀ ସ୍ମାରକୀ ହେଉଛି ବାଲିଯାତ୍ରା । ପ୍ରାଚୀନ କାଳରେ ଆମ ସାଧବପୁଅମାନେ ବୋଇତ ବନ୍ଦାଣ ପୂର୍ବକ ଉତ୍ତାଳ ସମୁଦ୍ର ବକ୍ଷରେ ଦୂରଦୂରାନ୍ତର ଦ୍ୱୀପପୁଞ୍ଜକୁ ଯାତ୍ରା କରି ଅନ୍ତର୍ଜାତୀୟ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କର ଯେଉଁ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲେ, ଏହି ମହୋତ୍ସବ ତାହାର ଚିରନ୍ତନ ସ୍ମୃତି ବହନ କରୁଛି ।
ଆମର ଏହି ମହାନ ଐତିହ୍ୟ ଓ ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ଉଜ୍ଜୀବିତ ରଖିବା ସହ ବିଶ୍ୱ ଦରବାରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ଆହୁରି ସୁଦୃଢ଼ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
