ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆରେ ନବୀନ କହିଛନ୍ତି ଯେ, ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଐତିହାସିକ ଗାଥାକୁ ସ୍ମରଣ କରି ରାଜ୍ୟର ପ୍ରଗତି ଓ ସମୃଦ୍ଧି ପାଇଁ ସମସ୍ତେ ଏକଜୁଟ ହୋଇ ଆଗକୁ ବଢ଼ିବା ଉଚିତ। ଏକତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଓଡ଼ିଶାର ବିକାଶକୁ ଆଗେଇ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
