ବଲାଙ୍ଗିର, “ସ୍ୱପ୍ନ ର କୌଣସ଼ି ସୀମା ନଥାଏ, ଥାଏ କେବଳ ତାକୁ ସାକାର କର଼ିବାର ସଂକଳ୍ପ ଓ ଅକ୍ଳାନ୍ତ ପର଼ିଶ୍ରମ।” ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଜେଇଇ ଆଡ଼ଭାନ୍ସଡ଼ରେ ସଫଳ ହୋଇ ଆଇଆଇଟି ରେ ପଢିବାର ସ୍ୱପ୍ନ ରଖନ୍ତି। କିନ୍ତୁ, ସେମାନଙ୍କ ମଧ୍ୟରୁ ଅତି କମ୍ ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟକୁ କେବଳ ଚାକିରି କିମ୍ବା ଉଚ୍ଚ ବେତନରେ ସୀମିତ ନ ରଖି, ବୈଜ୍ଞାନିକ ଓ ସମାଜ ପାଇଁ କିଛି ନୂଆ କରିବାର ସ୍ୱପ୍ନକୁ ବାଛନ୍ତି। ସେପରି ଜଣେ ଛାତ୍ରୀ ହେଲେ ପ୍ରତୀକ୍ଷା ବେହେରା।
ସୁବର୍ଣ୍ଷପୁର ଜିଲ୍ଲାର ମୟୂରଉଡାନ ଗ୍ରାମ ସହ ତାଙ୍କ ପରିବାରର ମୂଳ ସମ୍ପର୍କ ରହିଥିଲେ ମଧ୍ୟ, ତାଙ୍କର ଵ୍ୟକ୍ତିତ୍ୱ ଗଢିଉଠିଛି ପରିଶ୍ରମ, ଶୃଙ୍ଖଳା, ନମ୍ରତା ଓ ଶିକ୍ଷା ପ୍ରତି ଅତୁଟ ବିଶ୍ୱାସର ପାରିବାରିକ ମୂଲ୍ୟବୋଧ ମଧ୍ୟରେ। ଛୋଟ ବେଳୁ ପୁସ୍ତକକୁ ନିଜର ସର୍ବୋତ୍ତମ ବନ୍ଧୁ ଭାବେ ଗ୍ରହଣ କରିଥିଲେ। ଶିଖିବା ତାଙ୍କ ପାଇଁ କେବଳ ପରୀକ୍ଷା ପାସ୍ କରିବାର ଉପାୟ ନୁହେଁ, ବରଂ ନିଜକୁ ପ୍ରତିଦିନ ଆହୁରି ଉନ୍ନତ କରିବାର ଏକ ଯାତ୍ରା ଥିଲା। ଆଜି ସେହି ପ୍ରତୀକ୍ଷା ବେହେରା, ପୀତବାସ ବେହେରା ଓ ଶ୍ରୀମତୀ ତନୟା ବେହେରାଙ୍କ ଜ୍ୟେଷ୍ଠ କନ୍ୟା, ଭାରତର ସର୍ବୋଚ୍ଚ ବୈଜ୍ଞାନିକ ଗବେଷଣା ଅନୁଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସସି), ବେଙ୍ଗାଲୁରୁର ବ୍ୟାଚଲର ଅଫ ସାଇନ୍ସ (ରିସର୍ଚ୍ଚ) ପାଠ୍ୟକ୍ରମ ନାମ ଲେଖିଛନ୍ତି । ଏହା ସହିତ ରସ ନିସର ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଏସଟି ) ଏବଂ ଆଇ ଆଇ ଏସ ଇ ଆର ଏପ୍ତିଚୁଟ ଟେଷ୍ଟ୍
(ଆଇଏଟି) ରେ ମଧ୍ୟ ସଫଳତା ହାସଲ କରି ନିଜର ବୈଜ୍ଞାନିକ ପରିଚୟ ଦେଇଛନ୍ତି।
ଏହି ସଫଳତା କେବଳ ଛାତ୍ରୀଙ୍କ ଶିକ୍ଷାଗତ ସଫଳତା ନୁହେଁ, ଏହା ଏକ ପରିବାରର ସଂଘର୍ଷ, ମୂଲ୍ୟବୋଧ ଓ ବିଶ୍ୱାସର କାହାଣୀ।
ପ଼ିତାଙ୍କ ସ୍ୱପ୍ନ, ମା’ଙ୍କ ତ୍ୟାଗ l
ପ୍ରତୀକ୍ଷାଙ୍କ ପିତା ଶ୍ରୀ ପୀତବାସ ବେହେରା ଏକ ସାଧାରଣ ଗ୍ରାମୀଣ ପରିବାରରେ ବଢିଥିଲେ। ଆର୍ଥିକ ସମସ୍ୟା ଓ ସୀମିତ ସୁଯୋଗ ଥିଲେ ମଧ୍ୟ ନିଜ ସ୍ୱପ୍ନକୁ ଛାଡି ନଥିଲେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପୀତବାସ ସାମାଜିକ ବିକାଶ କାମ କରି ଶିଶୁ, ପରିବାର ଓ ସଶକ୍ତିକରଣ ପାଇଁ ନିଜକୁ ସମର୍ପିତ କରିଛନ୍ତି। ମା’ ଶ୍ରୀମତୀ ତନୟା ବେହେରାଙ୍କ ନୀରବ ତ୍ୟାଗ, ଅବିରତ ପ୍ରେରଣା ପ୍ରତୀକ୍ଷାଙ୍କ ସଫଳତାର କାରଣ ପାଲଟିଛି। ପରିବାରର ସବୁଠାରୁ ବଡ ସମ୍ପତି ଧନ ନଥିଲା, ଥିଲା ଶିକ୍ଷା ପ୍ରତି ଅତୁଟ ବିଶ୍ୱାସ। ସେମାନେ ନିଜ ଝିଅମାନଙ୍କୁ ଶିଖାଇଥିଲେ —”ଶିକ୍ଷା ହେଉଛି ଏକମାତ୍ର ସମ୍ପତ୍ତି, ଯାହାକୁ କେହି ଛଡାଇ ନେଇପାରିରବ ନାହିଁ।”
ପର଼ିଶ୍ରମରୁ ସଫଳତା ପର୍ଯ୍ୟନ୍ତ
ପ୍ରତୀକ୍ଷା ଚିନ୍ମୟ ବିଦ୍ୟାଳୟ, ରାଉରରକଲାରୁ ୯୭.୨୦ ପ୍ରତିଶତ ନମ୍ବର ସହ ମାଟ୍ରିକ୍ ପାସ୍ କରିଥିଲେ । ପରେ ସେଭେନସ ହିଲସ ହାୟର ସେକେଣ୍ଡାରୀ ସ୍କୁଲ୍, ସମ୍ବଲପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। ଜେ ଇ ଇ ଏଡଭାନ୍ସ ପାଇଁ ତାଙ୍କ ପ୍ରସ୍ତୁତି ଥିଲା ଶୃଙ୍ଖଳା, ଧର୍ଯ୍ୟ, ପରିଶ୍ରମ ଓ ଆତ୍ମବିଶ୍ୱାସର ଏକ ଉଦାହରଣ। ଚାପ ଓ ଅନିଶ୍ଚିତତା ସତ୍ତ୍ୱେ ସେ ନିଜ ଲକ୍ଷ୍ୟରୁ ବିଚଳିତ ହୋଇନଥିଲେ।
ଜେ.ଇ.ଇ. ଏଡଭାନ୍ସରେ ସଫଳତା ପରେ ତାଙ୍କ ପାଇଁ ଆଇ.ଆଇ.ଟି. ଖଡଗପୁରର ଦ୍ୱାର ଖୋଲିଥିଲା। କିନ୍ତୁ ତାଙ୍କ ଲକ୍ଷ୍ୟ କେବଳ ଜଣେ ଇଞ୍ଜିନିୟର ହେବା ନଥିଲା, ତାଙ୍କ ସ୍ୱପ୍ନ ଥିଲା ଜଣେ ବୈଜ୍ଞାନିକ ହେବ।
ପ୍ରତ଼ିଷ୍ଠା ନୁହେଁ, ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ବାଛ଼ିବା।
ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଆଇ.ଆଇ.ଟି. ପଢିବା ଏକ ସ୍ୱପ୍ନ। କିନ୍ତୁ, ପ୍ରତୀକ୍ଷା ବେହେରା ନିଜକୁ ଏକ ପ୍ରଶ୍ନ ପଚାରିଥିଲେ— “ମୋର ଗବେଷଣା ପ୍ରତ଼ି ଆଗ୍ରହକୁ ସବୁଠାରୁ ଭଲ ଭାବରେ କେଉଁ ସଂସ୍ଥା ପୂରଣ କର଼ିପାର଼ିବ ?”
ଏହାର ଉତ୍ତର ଥିଲା ଆଇଆଇଏସସି, ବେଙ୍ଗଲୁରୁ
ତାଙ୍କ ପାଇଁ ସଫଳତାର କେବଳ ଉଚ୍ଚ ବେତନର ଚାକିରି ନୁହେଁ ,ବରଂ ନୂତନ ଜ୍ଞାନର ସୃଷ୍ଟି, ଗବେଷଣା ରଖିବା।
ସେ ସମସ୍ତଙ୍କ ଅବଦାନକୁ ସମ୍ମାନ କରନ୍ତି l
ପ୍ରତୀକ୍ଷା ବିଶ୍ୱାସ କରନ୍ତି, କୌଣସି ସଫଳତା କେବଳ ଜଣେ ବ୍ୟକ୍ତିର ନୁହେଁ। ଚିନ୍ମୟ ବିଦ୍ୟାଳୟ, ସେଭେନ ହିଲସ ହାୟର ସେକେଣ୍ଡାରୀ ସ୍କୁଲ୍, ଆକାଶ ଇନଷ୍ଟିଚ୍ୟୁଟର ସମସ୍ତ ଶିକ୍ଷକ, ମେଣ୍ଟର, ବନ୍ଧୁ, ଶୁଭେଚ୍ଛୁ ଓ ପରିବାରର ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା । ତାଙ୍କ ମତରେ, ପ୍ରତ୍ୟକ ଶିକ୍ଷା, ପ୍ରତ୍ୟକ ପ୍ରେରଣା ଓ ମାତାପିତାଙ୍କ ତ୍ୟାଗ ତାଙ୍କ ସଫଳତାର କାରଣ ।
ପ୍ରତୀକ୍ଷାଙ୍କ ଯାତ୍ରା ପ୍ରମାଣ କରେ ଯେ ଜନ୍ମ ସ୍ଥାନ କିମ୍ବା ଆର୍ଥିକ ପରିସ୍ଥିତି କେବଳ ସ୍ୱପ୍ନର ସୀମା ନିର୍ଦ୍ଧାରଣ କରିପାରେ ନାହିଁ।
“ନ଼ିଜ ପର଼ିସ୍ଥିତିକୁ କେବଳ ସ୍ସପ୍ନ ର ସୀମା ହେବାକୁ ଦ଼ିଅନ଼ି ,ବରଂ ନ଼ିଜ ସ୍ଵପ୍ନ ଜୀବନର ଦ଼ିଗ ନ଼ିବେଶ କର଼ିବାକୁ ଦିଅ।”
ଏହା କେବଳ ଆରମ୍ଭ l ଆଇଆଇଏସସି ନୂଆ ଯାତ୍ରା ଆରମ୍ଭ କରୁଥିବା ପ୍ରତୀକ୍ଷାଙ୍କ ସ୍ଵପ୍ନ ହେଉଛି ଜଣେ ସଫଳ ବୈଜ୍ଞାନିକ ହୋଇ ନିଜ ଗବେଷଣା ମାଧ୍ୟମରେ ସମାଜ ଓ ଦେଶର ଉନ୍ନତିରେ ଅବଦାନ ରଖିବା।
ଏହା କେବଳ ଜଣେ ଛାତ୍ରୀଙ୍କ କାହାଣୀ ନୁହେଁ, ଏହା ଏକ ପରିବାରର ବିଶ୍ୱାସ, ଶିକ୍ଷକମାନଙ୍କ ଅବଦାନ ଓ ଜଣେ ଯୁବତୀଙ୍କ ସାହସିକ ନିଷ୍ପତ୍ତିର କାହାଣୀ।
ପ୍ରତୀକ୍ଷା ବେହେରାଙ୍କ ଏହି ଯାତ୍ରା କେବଳ ମୟୂରଉଡାନ, ସୁବର୍ଣ୍ଷପୁର ଜିଲ୍ଲା କିମ୍ବା ଓଡିଶାର ଗବେଷଣା ନୁହେଁ, ଏହା ପ୍ରତ୍ୟକ ଯୁବପିଢିଙ୍କ ପାଇଁ ପ୍ରେରଣା, ଯିଏ ବିଶ୍ୱାସ, ପରିଶ୍ରମ, ଜ୍ଞାନ ଓ ଦୃଢ଼ ସଂକଳ୍ପ ଦ୍ୱାରା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ l
