ନୂଆଦିଲ୍ଲୀ, ମୁର୍ମୁଆଜି ଓ କାଲି ପଶ୍ଚିମବଙ୍ଗ ଗସ୍ତରେ ଯିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ରାଷ୍ଟ୍ରପତି ଭବନ ଅନୁସାରେ, ମୁର୍ମୁ 6 ମାର୍ଚ୍ଚରେ ଦାର୍ଜିଲିଂରେ ‘ବନ୍ଦେ ମାତରଂ’ ର 150ତମ ବର୍ଷପୂର୍ତ୍ତି ଅବସରରେ ଆୟୋଜିତ ଦାର୍ଜିଲିଂ ହିଲ୍ ଫେଷ୍ଟିଭାଲର ଶୁଭାରମ୍ଭ କରିବେ। ଏହି ଅବସରରେ ସେ ଦାର୍ଜିଲିଂର ଲୋକଭବନରେ ‘ରୁଟ୍ସ ଏଣ୍ଡ ରିଦମ୍ସ’ ଶୀର୍ଷକରେ ଆୟୋଜିତ ଏକ ପ୍ରଦର୍ଶନୀର ଉଦ୍ଘାଟନ ମଧ୍ୟ କରିବେ। ରାଷ୍ଟ୍ରପତି ଆଇଆଇଟି ଖଡଗପୁରରେ ମହିଳା ନେତୃତ୍ୱ ଓ ସଶକ୍ତିକରଣ ବିଷୟରେ ଆୟୋଜିତ ପ୍ଲାଟିନମ୍ ଜୁବଲି ଫ୍ଲାଗଶିପ କାର୍ଯ୍ୟକ୍ରମର ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିବେ।
