ବଲାଙ୍ଗିର– ଖାରୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭିନ୍ନ ସାମାଜିକ ଅନୁଷ୍ଠାନର ପୂଜ୍ୟ ତଥା ଟାଣୁଆଁ ଚାଷୀନେତା ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା, ଗ୍ରାମର ହାଇସ୍କୁଲର ପ୍ରତିଷ୍ଠାତା ଓ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ, ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ଚାଷୀ ପୂର୍ବତନ ସମ୍ବାଦ ବଲାଙ୍ଗିରର ଜିଲ୍ଲା ପ୍ରତିନିଧି ତଥା ସୋମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏଲାହାବାଦ ବିଶ୍ଵ ବିଦ୍ୟାଳୟର ସ୍ନାତୋକୋତ୍ତର ସହପାଠି ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଆଜି ୭୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ଆଜି ସକାଳୁ ତାଙ୍କର ହୃଦଘାତ ପରେ ତାଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଵର୍ଗତ ମିଶ୍ର ଦୁଇଟି ଝିଅ ଓ ଗୋଟିଏ ପୁତ୍ର ସନ୍ତାନର ଜନକ ଥିଲେ। ତାଙ୍କର ଏକମାତ୍ର ପୁତ୍ର ମିଲନ ମିଶ୍ର ଆଜି ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ହେବ ବୋଲି କହିଛନ୍ତି। ତାଙ୍କ ଅନୁପସ୍ଥିତି ଖାରୀ ଗ୍ରାମ ସମଗ୍ର ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ବାସୀଙ୍କୁ ମର୍ମାହତ କରିଛି। ଆଜି ଏହି ଖବର ପ୍ରଚାରିତ ହେବା ପରେ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ଶୁଭେଚ୍ଛୁ, ବନ୍ଧୁ ବର୍ଗ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ଅଧିକାରୀ ତାଙ୍କ ଗ୍ରାମରେ ପହଂଚି ଶେଷ ଦର୍ଶନ କରିବା ସହିତ ସମବେଦନା ଜଣାଇଛନ୍ତି।
