-
ଉତରପ୍ରଦେଶରେ ପ୍ରତିବନ୍ଧିତ ଚୀନୀ ମାଂଜାର ବ୍ୟବହାର ଉପରେ ସରକାର ପଠୋର
ଲକ୍ଷ୍ନୌ– ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ହୈଦରଗଞ୍ଜ ଅଞ୍ଚଳରେ ଚାଇନିଜ୍ ମାଞ୍ଜାରେ ଗଳା କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛି ଏବଂ ଏହା ଉପରେ ପୂର୍ବରୁ ଲାଗୁ ଥିବା ପ୍ରତିବନ୍ଧକୁ କଠୋର ଭାବରେ କାର୍ଯ୍ୟକର କରିବାକୁ ନିଷ୍ପତି ନେଇଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଠୋର ମନୋଭାବ ଗ୍ରହଣ କରି, ଚାଇନିଜ୍ ମାଞ୍ଜା ଦ୍ୱାରା ମୃତ୍ୟୁ ଘଟିଲେ ହତ୍ୟା ମାମଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀମାନଙ୍କୁ ସାରା ରାଜ୍ୟରେ ବଡ଼ ପରିମାଣରେ ରେଡ୍ ଏବଂ ଅଭିଯାନ ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତି ଲକ୍ଷ୍ନୌରେ ଦିନକ ପୂର୍ବରୁ ଘଟିଥିବା ଘଟଣା ପରେ ନିଆଯାଇଛି।
ବୁଧବାର ସନ୍ଧ୍ୟାବେଳେ ହୈଦରଗଞ୍ଜ ଓଭରବ୍ରିଜ୍ ନିକଟରେ ବାଇକ୍ରେ ଯାଉଥିବା ୩୩ ବର୍ଷୀୟ ମହମ୍ମଦ୍ ଶୋଏବଙ୍କ ଗଳାରେ ହଠାତ୍ ଚାଇନିଜ୍ ମାଞ୍ଜା ଫସିଯାଇ ତାଙ୍କର ଗଳାର ଶିର କଟିଯାଇଥିଲା। ଏହାର ଫଳରେ ସେ ରକ୍ତରେ ଲଥପଥ ଅବସ୍ଥାରେ ବାଇକ୍ ସହିତ ରାସ୍ତାରେ ପଡ଼ିଗଲେ ଏବଂ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଛଟପଟ ହୋଇଥିଲେ। ପଥଚାରୀମାନେ ତୁରନ୍ତ ତାଙ୍କୁ ଟ୍ରମା ସେଣ୍ଟରକୁ ନେଇଯାଇଥିଲେ, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଏହି ଦୁର୍ଘଟଣା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ଏବଂ ଲୋକମାନେ ପ୍ରତିବନ୍ଧିତ ମାଞ୍ଜାର ଖୋଲାଖୋଲି ବିକ୍ରିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
