ଭୁବନେଶ୍ୱର– ନୂଆ ଦଳ ଗଠନ ପୂର୍ବରୁ ବରିଷ୍ଠ ରାଜନେତା ମହମ୍ମଦ ମୋକିମ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେଡି , କଂଗ୍ରେସ ଓ ବିଜେପି ରେ କିଛି ନେତା ତାଙ୍କ ସହ ଯୋଗଯୋଗରେ ଅଛନ୍ତି। ଠିକ ସମୟରେ ଦଳରେ ସାମିଲ ହେଲେ ସେମାନେ କିଏ ଜାଣି ପାରିବେ ବୋଲି କହିଛନ୍ତି ମୋକିମ । ଏହା ସହ ଆଗକୁ ହେବାକୁ ଥିବା ପୌର ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ।
ସୂଚନାଯାଗ୍ୟ ଯେ ମୋକିମ ଗୁରୁବାର ଦିନ ଭୁବନେଶ୍ୱରରେ ବିଭିନ୍ନ ଜିଲ୍ଲାରୁ ଚାଷୀ ନେତାଙ୍କୁ ଡାକି ସମାବେଶ କରିଥିଲେ । ନୂଆ ଦଳରେ ଚାଷୀ ଙ୍କୁ ସାମିଲ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିବା ସହ ଦଳ ଚାଷୀ ସମଷ୍ୟା ନେଇ ଆଗକୁ ଲଢେଇ କରିବ ବୋଲି ମୋକିମ କହିଛନ୍ତି। ସେପଟେ ଦଳର ନାଁ ନେଇ ନିର୍ବାଚନ କମିଶନକୁ ସମସ୍ତ ତଥ୍ୟ ପଠା ଯାଇଥିବା ବେଳେ ସେଠାରୁ ଅନୁମୋଦନ ପରେ ମାର୍ଚ୍ଚ ଶେଷ ସପ୍ତାହରେ ପୂର୍ଣାଙ୍ଗ ଦଳ ଗଠନ ହେବ ବୋଲି କହିଛନ୍ତି ମୋକିମ।
