-
ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ କରିବା ଲକ୍ଷ୍ୟ
ଭୁବନେଶ୍ୱର– ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’ ଯୋଜନାକୁ ମଞ୍ଜୁରୀ ମିଳିଛି। ପରିଷଦର ଲକ୍ଷ୍ୟ ହେଉଛି ସାଧାରଣ ଜନତାଙ୍କ ମଧ୍ୟରେ, ବିଶେଷକରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ କରିବା, ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ପ୍ରତିଯୋଗିତା ମାଧ୍ୟମରେ ସେମାନଙ୍କ ମଧ୍ୟରେ ଏକ ବୈଜ୍ଞାନିକ ମନୋଭାବ ଏବଂ ସ୍ୱଭାବକୁ ପ୍ରୋତ୍ସାହିତ କରିବା ।
‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’ ନାମକ ଏହି ଯୋଜନା ୧୪ଟି ଉପ ଯୋଜନା / କାର୍ଯ୍ୟକ୍ରମକୁ ନେଇ ଗଠିତ, ଯାହାର ଉଦ୍ଦେଶ୍ୟ ଗୁଡିକ ହେଉଛି: ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନରେ ଉଚ୍ଚଶିକ୍ଷା ଏବଂ ଗବେଷଣା କରିବାକୁ ଉତ୍ସାହିତ କରିବା । ଗଦେଷଣା ଏବଂ ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ଆର୍ôଥକ ସହାୟତା ପ୍ରଦାନ କରିବା । ବୌଦ୍ଧିକ ସମ୍ପତି ଅଧିକାର ଉପରେ ବୈଜ୍ଞାନିକ ସହଯୋଗ, ଉଦ୍ଭାବନ ଏବଂ ସଚେତନତାକୁ ପୋତ୍ସାହନ କରିବା । ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟାରିୟମ୍ ମାଧ୍ୟମରେ ଯୁକ୍ତିଯୁକ୍ତ ଚିନ୍ତାଧାରା ଏବଂ ବୈଜ୍ଞାନିକ ସ୍ୱଭାବକୁ ପ୍ରୋତ୍ସାହିତ କରି ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା । ଇନୋଭେସନ ହବ୍ ପ୍ରତିଷ୍ଠା କରି, ଏକ ଦଦୋଶ୍ଳେଷ ତୋଡମ୍ୟାପ ପ୍ରସ୍ତୁତ କରି ଯୁବ ଏବଂ ତୃଣମୂଳ ସ୍ତରର ଉଦ୍ଭାବକମାନଙ୍କୁ ସମର୍ଥନ କରି ଏକ ଦୃଢ଼ ଇନୋଭେସନ ଇକୋସିଷ୍ଟମ ବିକଶିତ କରିବା । ୨୦୨୫-୨୬ ଆର୍ôଥକ ବର୍ଷରୁ ୨୦୨୯-୩୦ ଆର୍ôଥକ ବର୍ଷ ଯାଏଁ, ୧୨୫୪.୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’ ଯୋଜନା ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ ।
