-
୧୧୭,୨୫୦ କୋଟି ନିବେଶ , ୧୦ ହଜାର ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
ଭୁବନେଶ୍ୱର– ରାଜ୍ୟ କ୍ୟାବିନେଟ ଆଜି କଲ୍ୟାଣୀ ଗ୍ରୁପ୍ ଦ୍ୱାରା ଆଉ ଏକ ସମନ୍ୱିତ ଅଟୋମୋଟିଭ୍, ଏରୋପ୍ଲେସ୍ ଏବଂ ପ୍ରତିରକ୍ଷା ଉପକରଣ-ଉତ୍ପାଦନ କମ୍ପେ୍ଲକ୍ସକୁ ଅନୁମୋଦନ କରିଛନ୍ତି । କଲ୍ୟାଣୀ ଷ୍ଟିଲର ସ୍ୱତନ୍ତ୍ର ଇସ୍ପାତ ପ୍ରକଳ୍ପ ବ୍ୟତୀତ, ନୂତନ ସମନ୍ୱିତ କମ୍ପେ୍ଲକ୍ସରେ ସାରଲୋହା ଆଡଭାନ୍ସଡ୍ ମ୍ୟାଟେରିଆଲ୍ସ ପ୍ରାଇଭେଟ୍ ଲିମିଟେଡର ସୁମର ଆଲୟ ପ୍ରକଳ୍ପ ଏବଂ ଭାରତ ଫୋର୍ଜର ଶିଳ୍ପ କମ୍ପୋନେଂଟସ୍ କାଷ୍ଟି ଏବଂ ଫୋଜିଂ ୟୁନିଟ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଢେଙ୍କାନାଳ ଜିଲ୍ଲାର ଗଜମରାଠାରେ ପ୍ରାୟ ୧,୧୦୦ ଏକର ଜମିରେ ବିକଶିତ ହେବାକୁ ଥିପବା ପ୍ରସ୍ତାବିତ ଜମ୍ପେ୍ଲକ୍ସକୁ ଏଳ ସମନ୍ୱିତ କ୍ଲଷ୍ଟର ଭାବରେ ପରିକଳ୍ପନା କରାଯାଇଛି ଯେଉଁଥିରେ ଟାଇଟାନିୟମ୍, ସ୍ପେଶାଲିଟି ଷ୍ଟିଲ୍, ଅଟୋ କମ୍ପାନେଣ୍ଟ, ଏବଂ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନରେ ଡାଉନଷ୍ଟ୍ରିମ୍ ମୁଲ୍ୟ ଶୃଙ୍ଖଳ ନିର୍ମାଣ ପାଇଁ ପ୍ରକଳ୍ପିତ ବିକ୍ରେତା ପାର୍କ ସହିତ ବହୁବିଧ ଉତ୍ପାଦନ ୟୁନିଟ୍ ଅନ୍ତର୍ଭୁକ୍ତ ଅଛନ୍ତି ।
ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଓଡ଼ିଶାକୁ କଞ୍ଚାମାଲର ଯୋଗାଣକାରୀରୁ ଉଚ୍ଚ-ମୂଲ୍ୟ, ପ୍ରଯୁକ୍ତିବିଦ୍ୟା-ଦୃଦ୍ଧି ଏବଂ ରପ୍ତାନି-ଯୋଗ୍ୟ ସାମଗ୍ରୀ ଉତ୍ପାଦନ ହେଦାରେ ସହାୟକ ହେବା, ସ୍ଥାନୀୟତା ଧାରଣାକୁ ସୁଦୃଢ଼ କରିବା ଏବଂ ନୂତନ ଯୁଗର ଶିଳ୍ପ କ୍ଷେତ୍ରରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା।
ଏହି ସମନ୍ୱିତ ଜମ୍ପେ୍ଲକ୍ସ ପ୍ରଳଳ୍ପଗୁଡ଼ିକର ମୋଟ ନିବେଶ ପ୍ରାୟ ୧୧୭,୨୫୦ କୋଟି ବୋଲି ପ୍ରସ୍ତାବିତ ହୋଇଛି ।ପ୍ରକଳ୍ପ ନିର୍ମାଣ ଏବଂ ଉତ୍ପାଦନ କାର୍ଯ୍ୟ ସମୟରେ ଏହି ପ୍ରକଳ୍ପ ୪,୮୦୦ ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପ୍ରାୟ ୫,୫୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଭେଣ୍ଡର ପାର୍କ ଏବଂ ସହାୟକ ଶିଳ୍ପ ପରିବେଶ ବିକଶିତ ହେବା ସହିତ ପରବର୍ତ୍ତୀ ବର୍ଷଗୁଡ଼ିକରେ ମୋଟ ନିଯୁକ୍ତ (ପ୍ରତ୍ୟକ୍ଷ ଏବଂ ପରୋକ୍ଷ) ୨୦,୦୦୦ ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପଟି ଟାଇଟାନିୟମ୍ ଏବଂ ସ୍ପେଶାଲିଟି ଇସ୍ପାତ ଭଳି ନୂତନ ଯୁଗର ଶିଳ୍ପସାମଗ୍ରୀ ଉତ୍ପାଦନ ରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ କରିବ, ରାଜ୍ୟ ଭିତରେ ଡାଉନଷ୍ଟ୍ରିମ୍ ମୂଲ୍ୟ ଦୃଦ୍ଧି କରିବ ଏବଂ ଗୁରୁତ୍ୱପୂର୍ଷ ଉତ୍ପାଦ ଓ ଉନ୍ନତ ସାମଗ୍ରୀ ର ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବ ବୋଲି ଆଶା କରାଯାଉଛି।
