ନୂଆଦିଲ୍ଲୀ– ବ୍ରାଜିଲିୟ ନାଟକ ‘ପାସାଡୋ ପ୍ରେଜେଣ୍ଟେ ଜେଣ୍ଟୁରୋ’ ଫେବୃଆରୀ ୨୦୨୬ରେ ଭାରତର ୨୫ତମ ଭାରତ ରଙ୍ଗ ମହୋତ୍ସବ ମାଧ୍ୟମରେ ତାହାର ଆନ୍ତର୍ଜାତୀୟ ଯାତ୍ରାର ଆରମ୍ଭ କରିବ। ଏହା ବ୍ରାଜିଲର ସମୃଦ୍ଧ ନାଟ୍ୟ କଳାକୁ ବିଶ୍ୱମଞ୍ଚରେ ପ୍ରଦର୍ଶନ କରିବ।
ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଏହି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି) ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଏହି ନାଟକର ଦୁଇଟି ବିଶେଷ ପ୍ରଦର୍ଶନ ହେବ। ଏହି ଶୋଗୁଡ଼ିକ ଆସନ୍ତା ୦୫ ଫେବୃଆରୀରେ ବେଙ୍ଗାଲୁରୁ ଏବଂ ୦୭ ଫେବୃଆରୀରେ ନୂଆଦିଲ୍ଲୀରେ ଆୟୋଜିତ କରାଯିବ।
ଆନ୍ଦ୍ରେ ହେଡାମାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକଟି ପ୍ରସିଦ୍ଧ ବ୍ରାଜିଲିୟ ନାଟକକାର ଗ୍ରେସ୍ ପାସୋଙ୍କ ‘ମାର୍ଚା ପାରା ଜେଣ୍ଟୁରୋ’ ଏବଂ ରୁଷିୟ କ୍ଲାସିକ୍ ଲେଖକ ଆଣ୍ଟନ୍ ଚେଖଭଙ୍କ ‘ଥ୍ରି ସିଷ୍ଟର୍ସ’ର ଏକ ଅଦ୍ଭୁତ ସମନ୍ୱୟ। ଏହି ପ୍ରସ୍ତୁତି ସମୟ, ସ୍ମୃତି ଏବଂ ସାମୂହିକ ଅନୁଭବଗୁଡ଼ିକର ଗଭୀର ଅନୁସନ୍ଧାନ କରେ।
ମଞ୍ଚରେ ୧୦ ଜଣ କଳାକାରଙ୍କ ଦଳ ସହ କାମିଲା ଆଣ୍ଡ୍ରେଡେ (ଆଲୋକ ସଜ୍ଜା) ଏବଂ କାସିଓ ଗୋନ୍ଡିମ୍ (ଧ୍ୱନି ଓ ଭିଡିଓ ଡିଜାଇନ୍) ଏହି ପ୍ରଡକ୍ସନ୍କୁ ଏକ ଅଦ୍ୱିତୀୟ ଦୃଶ୍ୟ ଶୈଳୀ ପ୍ରଦାନ କରିଛନ୍ତି।
