ନୂଆଦିଲ୍ଲୀ– ଆଜି ଦେଶୀୟ ସୁନାରୂପା ବଜାରରେ ସୁନା ଏବଂ ଚାନ୍ଦି ପୁନର୍ବାର ନୂତନ ଶିଖରରେ ପହଞ୍ଚିବାରେ ସଫଳ ହୋଇଛି। ସୁନାର ଦର ଆଜି ପ୍ରତି ୧୦ ଗ୍ରାମକୁ ୧,୫୭୦ ଟଙ୍କାରୁ ୧,୭୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେହିପରି ଚାନ୍ଦି ଦରରେ ପ୍ରତି କିଲୋଗ୍ରାମକୁ ୨୫,୨୦୦ ଟଙ୍କାର ଭାରି ଲମ୍ଫ ଦେଖାଯାଇଛି।
ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଚାନ୍ଦିର ଦର ୧୧୩.୪୬ ଡଲାର ପ୍ରତି ଆଉନ୍ସ ସ୍ତରକୁ ପହଞ୍ଚିଛି, ଯାହାର ସିଧା ପ୍ରଭାବ ଦେଶୀୟ ସୁନାରୂପା ବଜାରରେ ଚାନ୍ଦିର ମୂଲ୍ୟ ଉପରେ ପଡ଼ିଛି।
ସୁନା ଦରରେ ଆସିଥିବା ଏହି ବୃଦ୍ଧି ହେତୁ ଦେଶର ଅଧିକାଂଶ ସୁନାରୂପେ ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧,୬୧,୯୬୦ ଟଙ୍କାରୁ ୧,୬୨,୧୧୦ ଟଙ୍କା ସ୍ତରରେ ବେପାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧,୪୮,୪୬୦ ଟଙ୍କାରୁ ୧,୪୮,୬୧୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି।
ଚାନ୍ଦିର ଦରରେ ଭୟଙ୍କର ବୃଦ୍ଧି ହେବାରୁ ଦିଲ୍ଲୀ ସୁନାରୂପା ବଜାରରେ ଆଜି ଏହି ଚମକଦାର ଧାତୁ ପ୍ରତି କିଲୋଗ୍ରାମକୁ ୩,୬୦,୧୦୦ ଟଙ୍କା ଦରରେ ବିକ୍ରି ହେଉଛି।
