ନୂଆଦିଲ୍ଲୀ– ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସ୍କୃତ ଭାଷାରେ ଏକ ସୁଭାଷିତ ସେୟାର କରି ଶାନ୍ତି, ସନ୍ତୋଷ, ସଂଯମ ଏବଂ କରୁଣାର ଗୁରୁତ୍ୱ ବ୍ୟାଖ୍ୟା କରିଛନ୍ତି। ଏହି ସୁଭାଷିତ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜୀବନରେ ମାନସିକ ଶାନ୍ତି ଓ ସନ୍ତୋଷକୁ ସବୁଠାରୁ ବଡ଼ ସାଧନା ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ସେୟାର କରିଥିବା ସୁଭାଷିତରେ କହିଛନ୍ତି —
“ଶାନ୍ତିତୁଲ୍ୟଂ ତପୋ ନାସ୍ତି, ନ ସନ୍ତୋଷାତ୍ ପରଂ ସୁଖମ୍।
ନ ତୃଷ୍ଣାୟାଃ ପରୋ ବ୍ୟାଧିର୍, ନ ଚ ଧର୍ମୋ ଦୟାପରଃ॥”
ଏହି ସୁଭାଷିତର ଅର୍ଥ ହେଉଛି, ଶାନ୍ତି ସମାନ କୌଣସି ତପସ୍ୟା ନାହିଁ, ସନ୍ତୋଷଠାରୁ ବଡ଼ କୌଣସି ସୁଖ ନାହିଁ, ତୃଷ୍ଣା ଅର୍ଥାତ୍ ଲୋଭଠାରୁ ବଡ଼ କୌଣସି ରୋଗ ନାହିଁ ଏବଂ କରୁଣାଠାରୁ ବଡ଼ କୌଣସି ଧର୍ମ ନାହିଁ ବୋଲି କୁହାଯାଇଛି ।
