ଗଂଜାମ, ଗଂଜାମ ଜିଲା ପାଟପୁର ଥାନା ଆଡପଡା ଗ୍ରାମରେ ଆଜି ଭୋରରେ ଅଗ୍ନିକାଣ୍ଡ ଘଟି ଗୁହାଳରେ ଥିବା ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହେବା ସହ ଗୁହାଳ ନିକଟରେ ଥିବା ଗୋଟିଏ ବାଇକ ଓ ତିନୋଟି ସାଇକେଲ ମଧ୍ୟ ପୋଡିଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ଏହି ଅଗ୍ନି କାଣ୍ଡ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମେୟ କରାଯାଇଛି ।
