ଜୟପୁର, ଆସନ୍ତା ଜାନୁଆରୀ ୨୮ ତାରିଖରେ ନବନିର୍ମାଣ କୃଷକ ସଂଗଠନ ଦ୍ବାରା ଓଡିଶା ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବା ନେଇ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଥିବା ବିଷୟ କୋରାପୁଟ ଜିଲ୍ଲା ସଭାପତି ରୂପକ ତୁରୁକ ସୂଚନା ଦେଇଛନ୍ତି । ରାଜ୍ୟବ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ଟଙ୍କା ଆଦାୟ, ବିଜୁଳି ଟାରିଫକୁ ନେଇ ରାଜ୍ୟରେ ସରକାର, ଓଇଆରସି ଓ ଟାଟା ପାୱାରର ମନମାନି ତଥା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ବିରୋଧରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସମସ୍ୟା ସମ୍ବଳିତ ଉପରୋକ୍ତ ସମସ୍ୟା ଗୁଡିକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିବାରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ କରିବା ପାଇଁ ନିଷ୍ପର ନେଇଥିବାରୁ ଏହାକୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସମ୍ପୂର୍ଣ ସମର୍ଥନ ପାଇଁ ନିଷ୍ପତି ନେଇଛି।
ଏଣୁ କୋରାପୁଟ ଜିଲ୍ଲା ସାଂସଦ, ସମସ୍ତ ବିଧାୟକ, ପି ସି ସି କର୍ମକର୍ତା, ପି ସି ସି ସଭ୍ୟ/ସଭ୍ୟା, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, କିଷାନ କଂଗ୍ରେସ,କଂଗ୍ରେସ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଆରଜିପିଆରଏସ, ସେବା ଦଳ, ସମସ୍ତ ଛାମୁଆ ସଂଗଠନ, ଏବଂ ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା, ବ୍ଳକ ଓ ପୌରପାଳିକା ଅଧକ୍ଷ/ ଅଧକ୍ଷ୍ୟା, କାଉନ୍ସିଲର ଏବଂ ସମସ୍ତ ବ୍ଲକ/ ନଗର ସଭାପତି, ଜିଲ୍ଲା ପରିଷଦ, ସମିତି, ସରପଞ୍ଚ ଏବଂ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତା ଏବଂ ତତ୍ ସଙ୍ଗେ ସଙ୍ଗେ ସମସ୍ତ ପୂର୍ବତନ କଂଗ୍ରେସ ସାଂସଦ, ବିଧାୟକ ପାର୍ଥୀ, ବିଧାୟୀକା ପାର୍ଥୀନି, ଜିଲ୍ଲା ସଭାପତି, ନଗର ଓ ବ୍ଳକ ସଭାପତି, ଛାତ୍ର, ଯୁବ, ମହିଳା ଏବଂ ସମସ୍ତ ଛାମୁଆ ସଂଗଠନ କାର୍ଯ୍ୟକରତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିବେଦନ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
