ଜୟପୁର– କୋରାପୁଟ ଜିଲ୍ଲା କୋଲାବନଗର ବଜରଙ୍ଗ ଦଳ ଆନୁକୂଲ୍ୟରେ ସ୍ଥାନୀୟ କପିଳେଶ୍ଵର ମନ୍ଦିର ପରିସରରେ ହିନ୍ଦୁ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ର ପ୍ରଫେସର ଡକ୍ଟର ଭରତ ପଣ୍ଡା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ସମ୍ପର୍କ ପ୍ରମୁଖ ଯୋଗ ଦେଇଥିବା ବେଳେ କୋରାପୁଟ ଖଣ୍ଡ ର ଖଣ୍ଡ କାର୍ଯ୍ୟ ବାହକ ରଞ୍ଜନ କୁମାର ବେହେରା,ସ୍ଥାନୀୟ କପିଳେଶ୍ଵର ମନ୍ଦିର ଉପସଭାପତି ତଥା ବରିଷ୍ଠ ନାଗରିକ ସିମାଞ୍ଚଳ ନାହାକ, ବଡକେରେଙ୍ଗା ପଂଚାୟତର ହିନ୍ଦୁ ଜାଗରଣ ସମିତି ସଭାପତି ବି ଭି ପ୍ରସାଦ ରାଓ ଓ ଦେବୀଘାଟ ପଂଚାୟତ ର ହିନ୍ଦୁ ଜାଗରଣ ସମିତି ସଭାପତି ପ୍ରଦୀପ ପ୍ରଧାନ ପ୍ରମୁଖ ମଂଚାସୀନ ହୋଇ ନିଜ ନିଜର ଅଭିଭାଷଣରେ ହିନ୍ଦୁ ଜାଗରଣର ସୂତ୍ର ପ୍ରଦାନ କରିଥିଲେ।
ଶେଷରେ ପ୍ରଫେସର ପଣ୍ଡା ବହୁ ସମୟ ଧରି ହିନ୍ଦୁ ସନାତନୀ ମାନଙ୍କୁ ସୁଜାଗରଣ, ସ୍ବଦେଶୀ, କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ଓ ହିନ୍ଦୁ ସନାତନୀଙ୍କ କର୍ତ୍ତବ୍ୟ ଏହିପରି ପଞ୍ଚ ପରିବର୍ତନ ସହିତ ହିନ୍ଦୁ ସନାତନ, ସଂସ୍କୃତି, ଧର୍ମ, ସାମାଜିକ ଏକତା ର ଚେତନା ପ୍ରଦାନ କରିଥିଲେ।
ଏହି ସମ୍ମିଳନୀଟିରେ ଆଖପାଖ ଅଂଚଳର ହଜାରେରୁ ଅଧିକ ହିନ୍ଦୁ ସମାଜର ମହିଳା, ପୁରୁଷ ଏକତ୍ରିତ ହୋଇଥିଲେ l ଉକ୍ତ ସମିଳନୀରେ ଅନ୍ନ ପ୍ରସାଦ ହୋଇଥିବା ବେଳେ ଅଜିତ କୁମାର ଦଳେଇ, ମଙ୍ଗଳୁ ଚରଣ ପଣ୍ଡା, ପ୍ରଦୀପ ଦଳେଇ, ଚିଣ୍ଟୁ ସ୍ୱାଇଁ, ନରେଶ ଖିଲ ଓ ଭକ୍ତ ରାମ ଖିଲ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
