ଭୁବନେଶ୍ୱର– ଅଙ୍ଗନବାଡି ପିଲାଙ୍କ ପୋଷାକର ସରକାରୀ ମୂଲ୍ୟ ବୃଦ୍ଧି କରାଯାଇଛି। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ପ୍ରି ସ୍କୁଲ ପିଲାଙ୍କର ପୋଷାକ ଓ ଜୋତା ବାବଦକୁ ମୂଲ୍ୟ ବୃଦ୍ଧି କରାଯାଇଛି। ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ୧୭୫ ଟଙ୍କା ହୋଇଛି। ସେହିପରି ବାଳିକାଙ୍କ ପୋଷାକ ଖର୍ଚ୍ଚ ୧୫୦ରୁ ୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜୋତା ପାଇଁ ଖର୍ଚ୍ଚ ୧୦୦ରୁ ବଢ଼ି ୧୫୦ ଟଙ୍କା ହୋଇଛି। ସେହିପରି ସ୍ୱେଟର ପାଇଁ ୧୫୦ ଟଙ୍କାକୁ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି।
