ଗଞାମ– ଶେରଗଡ଼ ବ୍ଳକର ଚାଷୀମାନଙ୍କର ଧାନମଣ୍ଡିରେ ଧାନ ପ୍ରଦାନ ପାଇଁ ଟୋକନ ପାଇବା ବିଳମ୍ବ ଓ ମଣ୍ଡିରେ ଅବ୍ଯବସ୍ଥାକୁ ନେଇ ଚାଷୀ ଓ ବ୍ଲକ ନେତୃମଣ୍ଡଳୀଙ୍କୁ ନେଇ ବ୍ଳକ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଚେୟାରମ୍ୟାନ୍ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଷୀନେତା ତଥା ଚାଷୀ ପ୍ରତିନିଧି ଶରତ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ, ଦିଗାମ୍ବର ନାହାକ, ବରୁଣ ପୋଲାଇ, ଚିତ୍ତରଂଜନ ପାଣିଗ୍ରାହୀ, ନିବେଦିତା ପ୍ରଧାନ, କାହ୍ନୁ ଚରଣ ପଟ୍ଟନାୟକ, ପ୍ରମୋଦ କୁମାର ପାତ୍ର ସମେତ ଯୋଗାଣ ଅଧିକାରୀ ବିଭୂପ୍ରସାଦ ସାହୁ, ଅତିରିକ୍ତ ତହସିଲଦାର ସୂରକାନ୍ତ ବୈରୀ, ବହୁ ପଂଚାୟତ ପ୍ରତିନିଧି ଏବଂ ମିଲର ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବହୁଚାଷୀ ଏଯାଏ ଟୋକନ ପାଇନଥିବାରୁ ଓ ମଣ୍ଡିର ଅବ୍ଯବସ୍ଥାକୁ ନେଇ ଚାଷୀ ମାନଙ୍କ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇ ସରକାରଙ୍କ ପକ୍ଷରୁ ଏହାର ତୁରନ୍ତ ସମାଧାନ ବ୍ଯବସ୍ଥା ଗ୍ରହଣ କରିବାକୁ ଚାଷୀ ମାନଙ୍କ ପକ୍ଷରୁ ଦାବି କରାଯାଇଛି ।
