କନ୍ଧମାଳ– ଜାତୀୟ ମତଦାତା ଦିବସ–୨୦୨୬ ଅବସରରେ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମତଦାତା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାୟକ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମତଦାତା ଶପଥ ପାଠ କରାଇଥିଲେ। ଏଥିରେ ଉପଜିଲ୍ଲାପାଳ, ସମସ୍ତ ସହକାରୀ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିର୍ଭୟ, ନିଷ୍ପକ୍ଷ ଓ ସଚେତନ ଭାବରେ ମତଦାନ କରିବା ସହ ଦାୟିତ୍ୱଶୀଳ ନାଗରିକ ଭାବେ କର୍ତ୍ତବ୍ୟ ପାଳନ ପାଇଁ ସଙ୍କଳ୍ପ ନେଇଥିଲେ।
