
ବୌଦ୍ଧ- କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସାଂସ୍କୃତିକ ଶ୍ରୋତ ଓ ପ୍ରଶିକ୍ଷଣ କେନ୍ଦ୍ର ଆନକୁୂଲ୍ୟରେ ବୌଦ୍ଧ ଠାରେ ଏକ ତିନି ଦିନିଆ ଜିଲାସ୍ତରୀୟ ସାଂସ୍କୃତିକ ଶିକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଛି । ସାଂସ୍କୃତିକ ଶ୍ରୋତ ଓ ପ୍ରଶିକ୍ଷଣ କେନ୍ଦ୍ରର ଉପଦେଷ୍ଟା ଋଷି ବିଶିଷ୍ଟ ଯୋଗଦେଇ ବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କୃତି ଶିକ୍ଷାର ପ୍ରୟୋଗ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସାଧନ କର୍ମୀ ଭାବରେ ଶିକ୍ଷକ ଜ୍ଞାନଚାନ୍ଦ ଶତପଥୀ , ଇଂ ସଂଜୟ କୁମାର ପଣ୍ଡା, ଅରୁଣ ମେଣ୍ଡେଲି ଓ ଅନ୍ୟମାନେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ଶିବିରକୁ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଉଦଘାଟନ କରିଥିବାବେଳେ ଜିଲାର ୪୦ ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ସଂପତ୍