
ବୌଦ୍ଧ- ବୈାଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ସାରାଗାଡୁ ଗ୍ରାମରେ ପାରିବାରିକ କଲହକୁ କେନ୍ଦ୍ରକରି ଗତ ୨୬/୨/୧୭ ତାରିଖ ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହି ମକଦ୍ଦମାର ରାୟ ବୁଧବାର ଶୁଣାଣୀ ହୋଇଯାଇଛି । ବୈାଦ୍ଧଜିଲ୍ଲା ଦୈାରାଜଜ ଅରବିନ୍ଦ କୁମାର ଗୁରୁ ଏହି ମାମଲାର ବିଚାରକରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଷ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ହେଲା ସାରାଗାଡୁ ମେଣ୍ଡାସାହି ଗ୍ରାମର ଦୁଲାଲ ମଲ୍ଲିକ । ପ୍ରାପ୍ତସୂଚନା ଅନୁଯାଇ, ସାରାଗାଡୁ ମେଣ୍ଡାସାହି ଗ୍ରାମର ଦୁଲାଲ ମଲ୍ଲିକ ଗତ ୨୬ ଫେବୃଆରୀ ୨୦୧୭ ତାରିଖରେ ଗ୍ରାମର ବାନାମ୍ବର ମଲ୍ଲିକଙ୍କ ଘରକୁ ଯାଇଥିଲା । ସେଠାରେ ପାଟି ତୁଣ୍ଡ କରିବା ସହିତ କାଠ ମେରାରେ ବାନାମ୍ବରକୁ ପିଟିଥିଲା । ଫଳରେ ବାନାମ୍ବରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ରୁଜୁକରି ପରବର୍ତ୍ତି ସମୟରେ ଦୁଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମକଦ୍ଦମାର ବିଚାରକରି ମାନ୍ୟବର କୋର୍ଟ ତାଙ୍କ ରାୟରେ ଅଭିଯୁକ୍ତ ଦୁଲାଲକୁ ୧୦ ବର୍ଷ କାରାଦଣ୍ଡାଦେଷ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ଏହି ମକଦ୍ଦମାକୁ ପରିଚାଳନା କରୁଥିଲେ । ହିନ୍ଦୁସ୍ଥାନ ସମାଚାର/ସଂପତ୍