
କନ୍ଧମାଳ – ଜ୍ଞାନ ଓ ସଂସ୍କୃତିର ମିଳନ ହେଉଛି ପୁସ୍ତକ ମେଳା ବୋଲି ଆଜି କୋରନେସନ ପଡିଆ ଠାରେ ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏକାଦଶ କନ୍ଧମାଳ ପୁସ୍ତକ ମେଳାକୁ ଉଦଘାଟନ କରି ବିଧାୟକ ଅଙ୍ଗଦ କହଁର ମତବ୍ୟକ୍ତ କରିଛନ୍ତି. ପୁସ୍ତକମେଳା କମିଟିର ସଭାପତି କୌଶିକ ସାହୁଙ୍କ ସଭାପତିତ୍ୱରେ ଅନୁ Â ିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟବକ୍ତାଭାବେ ସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ଜ୍ୟୋତିପ୍ରକାଶ ରଥ ଉପସ୍ଥିତ ରହି ପୁସ୍ତକ ଯୁଗେ ଯୁଗେ ସମାଜକୁ ଦିଗଦର୍ଶନ ଦେଇ ଆସିଛି. ଏହା ସମସ୍ତଙ୍କୁ ବିନା ପକ୍ଷପାତିତାରେ ଜ୍ଞାନ ବଂଟନ କରିଥାଏ. ଏହା ଆମ ଇତିହାସ ତଥା ସଂସ୍କୃତିକୁ ଜୀବିତ ରଖିଥାଏ. ତେଣୁ ପ୍ରକୃତରେ କହିବାକୁ ଗଲେ ପୁସ୍ତକ ହେଉଛି ମଣିଷର ମିତ୍ର, ବନ୍ଧୁ ଓ ଶଖା ବୋଲି କହିଥିଲେ. ସମ୍ମାନିତ ଅତିଥିଭାବେ ବନଜ୍ୟୋସ୍ନ ସାହିତ୍ୟ ସଂସଦର ସଭାପତି ତୀର୍ଥ ଜାନି ଯୋଗଦେଇ ଜ୍ଞାନ ଆହାରଣ ପାଇଁ ନୀୟମିତ ପୁସ୍ତକ ପଢିବା ଆବଶ୍ୟକ ବୋଲି କହିଥିଲେ. ସଂସଦର ସମ୍ପାଦକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ. ଆସନ୍ତା ୨୨ ତାରିଖ ପ ର୍ଯ୍ୟନ୍ତ ୧୨ ଦିନ ଧରି ଏହି ପୁସ୍ତକ ମେଳା ଅନୁ Â ିତ ହେଉଥିବା ବେଳେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରକାଶନ ସଂସ୍ଥା ଏହି ମେଳାରେ ଯୋଗ ଦେଇଛନ୍ତି. ଏଥିସହ ବିଭିନ୍ନ ହସ୍ତକଳା ଶିଳ୍ପ, ବ୍ୟବସାୟ ସଂସ୍ଥା ଓ ଏସଏଚଜି ଗୃପମାନେ ମଧ୍ୟ ଏଠାରେ ସେମାନଙ୍କ ସାମଗ୍ରୀର ପ୍ରଦର୍ଶନ କରୁଛନ୍ତି. ପ୍ରତ୍ୟକ ଦିନ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ସାହିତି୍ୟକମାନଙ୍କର ସମାବେଶ, ଆଲୋଚନା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି.