

ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ଲକ୍ଷ୍ମୀଛକ ଠାରେ ଅନୁଷ୍ଠିତ ୩୬ ତମ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶୈଳେନ୍ଦ୍ର ମୋହନ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ପୂଜା ସମ୍ପାଦନ ପାଇଁ ଏକ କମିଟି ଗଠନ କରାଯାଇଥିଲା । ସଭାପତି ଭାବରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଉପସଭାପତି ଭାବରେ ଶୈଳେନ୍ଦ୍ର ମୋହନ ପାଣିଗ୍ରାହୀ, ସମ୍ପାଦକ ଭାବରେ ପ୍ରଦୀପ୍ତ ମାହାନା, ସୁନିଳ କୁମାର ନାଗ, ଚନ୍ଦନ ସାହୁ ଏବଂ କୋଷାଧ୍ୟକ୍ଷ ଭାବରେ ନିର୍ମଳ ଦଣ୍ଡସେନାକୁ ମନୋନୀତ କରାଯାଇଥିଲା । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଲକ୍ଷ୍ମୀଛକ ରାସ୍ତାକଡ ପରିବର୍ତେ ଇଣ୍ଡିଆନ ଗ୍ୟାସ୍ ଗୋଦାମ ସାମନାରେ ନିର୍ମାଣଧିନ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଶିଷ ପଣ୍ଡା, ଆଶୁତୋଷ ଯୋଷୀ, ରୂପେଶ ଅଗ୍ରୱାଲ, ପ୍ରଦୀପ ମିଶ୍ର, ଦୁର୍ବା ଖମାରୀ, ମନୋରଞ୍ଜନ ଦଣ୍ଡସେନା, ସୁମନ, ଉତମ, ଦେବ, ଦେଶଦେବ, ରାଜା, ବିଦ୍ୟାଧର, ବିଜୟ, ଜୟସିଂଘଙ୍କ ସମେତ ଅନେକ ପ୍ରମୁଖ ଓ ପୁରାତନ କର୍ମକର୍ତା ଉପସ୍ଥିତ ରହି ପୂଜାବିଧି, ମଣ୍ଡପ ସାଜସଜ୍ଜା, ମନୋରଞ୍ଜନ କାର୍ଯ୍ୟକ୍ରମ, ପାଣ୍ଠି ସଂଗ୍ରହ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ ।