![](https://indokalingtimes.com/wp-content/uploads/2019/09/RC.jpg)
![](https://indokalingtimes.com/wp-content/uploads/2019/09/RC-300x169.jpg)
ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ପୋଲିସର ଉଦ୍ୟମ ଏବଂ ବିଭିନ୍ନ ଅନୁଷ୍ଠାନ, ସଂଘର ସହଯୋଗରେ ସଡ଼କ ସୁରକ୍ଷା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଡିଆଳ ପୋଲିସ ସହ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ, ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ନୂଆପଡା, ନୂଆପଡା ଜିଲ୍ଲା ପ୍ରେସ କ୍ଲବ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସହୀଦ ଭଗତ ସିଂ ମୋର୍ଚ୍ଚା, ରଶ୍ମୀ ଅଟୋମୋବାଇଲ, ଖଡିଆଳ ଓକିଲ ସଂଘ, ଖଡିଆଳ ବଣିକ ସଂଘ, ଜେସିଆଇ ଖଡିଆଳ ସିଟି ସହ ବିଭିନ୍ନ ସଚେତନ ଅନୁଷ୍ଠାନ ଓ ନାଗରିକ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି ଅବସରରେ ସମଲେଶ୍ୱରୀ ମନ୍ଦିର ଠାରୁ ଏକ ସଚେତନତା ର୍ୟାଲି ଖଡିଆଳ ନଗର ପରିକ୍ରମା କରିଥିଲା । ବିନା ହେଲମେଟରେ ବାଇକ୍ ନଚଲାଇବା, ଫୋନ୍ ବ୍ୟବହାର ନକରିବା, ମଦ ନପିଇବା, ବାଇକରେ ୨ ଜଣରୁ ଅଧିକଙ୍କୁ ନବସାଇବା, ଭୂଲ ରାସ୍ତାରେ ଗାଡି ନଚଲାଇବା, ଚାରିଚକିଆ ଗାଡି ଚାଳକ ଓ ଯାତ୍ରୀ ସିଟ ବେଲ୍ଟ ବାନ୍ଧିବା, ଗାଡିର ଆବଶ୍ୟକ କାଗଜାତ ନିଜ ପାଖରେ ରଖିବାକୁ ନେଇ ସଚେତନ କରିଥିଲେ ।
ଏହି ସଚେତନତା ର୍ୟାଲିରେ ଖଡିଆଳ ଏସଡିପିଓ ବିରଂଚି ନାରାୟଣ ଦେହୁରୀ, ଥାନାଧିକାରୀ କୈଲାସ ଚନ୍ଦ୍ର ସେଠୀ, ଦେବାର୍ଚ୍ଚନ ନିଆଲ, ଜିତୁମୋହନ ବେଶ୍ରା, ଡମ୍ବରୁଧର ପ୍ରଧାନ, ଅଜିତ ପଣ୍ଡା, ତପନ ରଞ୍ଜନ ଦାଶ, ସୁଜିତ ପ୍ରଧାନ, ବିଜୟ ସହିସ, ମୋତିଲାଲ ବାଗ, କୁନୁ କରୁଆଁ, ରଶ୍ମୀ ଚଲାନ, ଚିତ ରଞ୍ଜନ ସିଂଦେଓ, ଭବେଶ ପାଣିଗ୍ରାହୀ, ସନ୍ତୋଷ ମିଶ୍ର, ତୁଳସୀ ଜଗତ, ଗିରିଧାରୀ ବିଭାର, ରତନ ବାରିକ, ଶିବ ସିଂଘଲ, ବିକି ସରାଫ, ସୁମିତ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ବିକାଶ ଅଗ୍ରୱାଲ ସମେତ ଶତାଧିକ ବୁଦ୍ଧିଜିବୀ, ଛାତ୍ରଛାତ୍ରୀ, ସଙ୍ଗଠନର କର୍ମକର୍ତା ସାମିଲ ଥିଲେ ।