
ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲାଞ୍ଜି ପଚାଂୟତର ଲାଞ୍ଜି ଗ୍ରାମରେ ପଚାଂୟତସ୍ତରୀୟ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଂଚାୟତ ଅଫିସରୁ ଅତିଥି ମାନଙ୍କୁ ଘୁମୁରା ଓ ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ତାଳେ ଜନ ସାଧାରଣ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଏହାପରେ ଝାଙ୍କର ତଥା ସରପଂଚ ହିରାଧର ମାଝୀ ଦୀପ, ଧୂପ, ନୂଆ ଚାଉଳରେ ଧରିତ୍ରୀ ମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ । ସଭାପତି ଭାବରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ତଥା ଲାଞ୍ଜି ପଂଚାୟତ ସମିତିସଭ୍ୟ ବାଳକୃଷ୍ଣ ଶବର ନୂଆଁଖାଇ ଭେଟଘାଟର ଉଦ୍ଦେଶ୍ୟ ଜ୍ଞାପନ କରି ସଭା ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବରେ କୋମନା ପଂଚାୟତ ସମିତି ଅଧ୍ୟକ୍ଷ ମନୋଜ ମିଶ୍ର, ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ମେଜର ଡଃ. ରାମଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ, ସରପଂଚ ନନ୍ଦଲାଲ ପାଣ୍ଡେ, ବିଧୁର ଶବର, ଦହିମତୀ ଭୋଇ, ଅନୁପ ସିଂଦେଓ, ଅବନୀ ସିଂନୀତା, ନିକିତା ବିଶି ସମେତ ୨୨ ଜଣ ସରପଂଚ, ସମିତି ସଭ୍ୟସଭ୍ୟା ଯୋଗଦାନ କରି ନୂଆଁଖାଇର ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମସ୍ତେ ଏକତ୍ରିତ ହୋଇ ଖଡିଆଳର ବିକାଶ କ୍ଷେତ୍ରରେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଥିଲା । ନାଏବ ସରପଂଚ ରମ୍ଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ତିକେଶ୍ୱର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।