
ବିଜାପୁର– ଛତିଶଗଡ଼ର ବିଜାପୁର ଜିଲ୍ଲାରେ ତେଲେଙ୍ଗାନା ସୀମାରେ ଦେଶର ସବୁଠୁ ବଡ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିଲା । ଇତିମଧ୍ୟରେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା ସରକାର ଏବଂ ତେଲେଙ୍ଗାନା ବିପକ୍ଷର ଶାନ୍ତିବାର୍ତାର ନିୟମାବଳୀ ମଧ୍ୟ ଆରମ୍ଭ ହୋଇଯାଇଛି । ପୁଣି ଥରେ ନକ୍ସଲମାନଙ୍କ କେନ୍ଦ୍ରିୟ କମିଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନାମରେ ପୋଷ୍ଟର ଜାରି କରିଛି । ଯେଉଁଥିରେ ସେମାନେ ନିସର୍ତ ଯୁଦ୍ଧ ବିରତି ଘୋଷଣା କରି ଶାନ୍ତିବାର୍ତା ଆଗତ କରିଛନ୍ତି ।
ଏହି ପୋଷ୍ଟରରେ ଲେଖାଯାଇଛି ଯେ, ଗତ ବର୍ଷ ୨୦୨୪ ଜାନୁଆରୀରେ କେନ୍ଦ୍ର ଓ ରାଜ୍ୟର ପୋଲିସ, ଅର୍ଦ୍ଧସୈନିକ, କମାଣ୍ଡୋ ବଳ ଅପରେସନ କଗାର ନାମରେ ଶତାଧିକ ନକ୍ସଲ ଓ ନିର୍ଦ୍ଦୋଷ ଆଦିବାସୀ ମାନଙ୍କୁ ହତ୍ୟା କରିଛନ୍ତି, ଏହା ଏବେ ମଧ୍ୟ ଜାରି ରହିଛି । ନକ୍ସଲ ମାନଙ୍କ ଏହି ପୋଷ୍ଟରରେ ଏହି ହତ୍ୟାକୁ ଭର୍ତ୍ସନା କରି କୁହାଯାଇଛି ଯେ, ଦେଶ – ଦୁନିଆରେ କେତେକ ଜନବାଦୀ, କ୍ରାନ୍ତିକାରୀ ଜନ ସଂଗଠନ, ପାର୍ଟି, ସାମାଜିକ ସଂସ୍ଥା ଏବଂ କାର୍ଯ୍ୟକର୍ତା, ପ୍ରଗତିଶୀଳ, ଜନବାଦୀ ଏବଂ କ୍ରାନ୍ତିକାରୀ ବୁଦ୍ଧିଜିବୀ ଶହ ଶହ ସଂଖ୍ୟାରେ ଆନ୍ଦୋଳନରତ ଅଛନ୍ତି । ସେମାନଙ୍କର ଦାବି ଯେ, ଅପରେସନ ‘କଗାର’ ଉପରେ ତୁରନ୍ତ ରୋକ୍ ଲଗାଯାଉ ।
ନକ୍ସଲଙ୍କ କେନ୍ଦ୍ରିୟ କମିଟି ଦ୍ୱାରା ଜାରି ପୋଷ୍ଟରରେ ଲେଖାଯାଇଛି ଯେ, ଯୁଦ୍ଧ ବିରତିର ଘୋଷଣା କରାଯାଉଏବଂ କଥାବାର୍ତା ଜରିଆରେ ସମସ୍ୟାର ସମାଧାନ ବାହାର କରାଯାଉ । ଶାନ୍ତି ବାର୍ତାକୁ ନେଇ କେନ୍ଦ୍ରିୟ କମିଟି ପକ୍ଷରୁ ମାର୍ଚ୍ଚ ୨୮ ରେ ମଧ୍ୟ ବୟାନ ଜାରି କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ସରକାରଙ୍କ ସହିତ ଶାନ୍ତି ବାର୍ତା କରିବା ନିମନ୍ତେ ଆମେ ପ୍ରସ୍ତୁତ ଅଛୁ ।