
ନୁଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରିର ଚତୁର୍ଥ ଦିନରେ ମା ଅମ୍ବେଙ୍କ ପୁଜାକରିବାର ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଚୈତ୍ର ନବରାତ୍ରିର ଆରମ୍ଭ 30 ମାର୍ଚ୍ଚରୁ ହୋଇଛି।ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ନବରାତ୍ରିରେ ମା ଅମ୍ବେଙ୍କ ପୁଜା ସମସ୍ତ ଭକ୍ତଙ୍କୁ ଭାବପ୍ରବଣ କରିଦେଇଛି।ଦେବୀ ମାଙ୍କ ସ୍ୱରୁପକୁ ଉତ୍ସଗୀକୃତ ଏହି ସ୍ତୁତି ଅଲୌକିକ ଅନୁଭୁତି ଦେଇଛି।ତୁମେ ମଧ୍ୟ ଶୁଣ….।
ମା ଅମ୍ବେ ଦୁର୍ଗା,ଶକ୍ତି,ଭଗବତୀ,ଚଣ୍ଡୀ ଆଦି ନାମରେ ମଧ୍ୟ ଜଣାଶୁଣା।ତାଙ୍କର କିଛି ମୁଖ୍ୟ ନାମ ରହିଛି-ସତୀ,ନବଦୁର୍ଗା,ଆଦି ଶକ୍ତି ,ଶୈଳପୁତ୍ରୀ,ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା,କୁଷ୍ମାଣ୍ଡା,ସ୍କନ୍ଦମାତା,କାତ୍ୟାୟିନୀ,କାଳରାତ୍ରି,ମହାଗୌରୀ ଏବଂ ସିଦ୍ଧିଦାତ୍ରୀ।ଏଥର ଚୈତ୍ର ନବରାତ୍ରି ବିଷୟରେ ବିଶେଷ କଥା ହେଉଛି ଯେ ଏହା ନଅ ଦିନ ନୁହେଁ ବରଂ ଆଠ ଦିନ ହେବ।ଚୈତ୍ର ନବରାତ୍ରିର ପ୍ରଥମ ଦିନରୁ ହିନ୍ଦୁ ନବବର୍ଷ ମଧ୍ୟ ଆରମ୍ଭ ହୁଏ।ଏଥିପାଇଁ ଏହାର ଗୁରୁତ୍ୱ ଆହୁରି ମଧ୍ୟ ବଢିଛି।ନବରାତ୍ରିର ପ୍ରଥମ ଦିନରେ ଘଟ ସ୍ଥାପନା (କଳଶ ସ୍ଥାପନା)କରାଯାଇଥାଏ।