
ନୁଆଦିଲ୍ଲୀ -ୱେଷ୍ଟ ଇଣ୍ଡିଜ ସେମାନଙ୍କର ଏୈତିହାସିକ 1975 ବିଶ୍ୱକପ ବିଜୟର 50ତମ ବାର୍ଷିକ ପାଳନ କରାଯିବ,ଯାହା ଲଡର୍ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନରେ21 ଜୁନ 1975ରେ ହାସଲ କରାଯାଇଥିଲା।ସେତେବେଳେ ଏହାକୁ ପ୍ରୁଣ୍ଡେଶିୟଲ ୱର୍ଲଡ କପ କୁହାଯାଉଥିଲା।ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆ ବିରୋଧରେ କ୍ଲାଇୱ ଲାୟଡର ଉଜ୍ୱଳ ଶତାବ୍ଦୀ ୱେଷ୍ଟ ଇଣ୍ଡିଜକୁ 17 ରନରେ ଜିତିବାରେ ସାହାଯ୍ୟ କରିଥିଲା ଏବଂ ଲୟଡ ଟ୍ରଫି ଉଠାଇଥିଲେ।
ୱେଷ୍ଟ ଇଣ୍ଡିଜର ଏହି ଐ ଏୌତିହାସିକ ସମ୍ମାନ ସମାରୋହ ଆୟୋଜନ ବାରବାଡୋସରେ ହେବ,ଯଦିଓ ବର୍ତ୍ତମାନ ତାରିଖ ଘୋଷଣା କରାଯାଇନାହିଁ।
ବିଶ୍ୱପ୍ରସିଦ୍ଧ କ୍ରିକେଟର ମାଇକଲ ହୋଲ୍ଡିଙ୍ଗ ଏହି ଯୋଜନାକୁ ସ୍ୱାଗତ କରି କହିଛନ୍ତି ଯେ ଏହା ଏକ ଭଲ ଚିନ୍ତାଧାରା। ମୁଁ ସବିଶେଷ ତଥ୍ୟ ଜାଣିନାହିଁ ,କିନ୍ତୁ ଏହା ବହୁତ ଭଲ ଯେ ଆମର ସଫଳତାକୁ ସ୍ୱୀକୃତି ଦିଆଯାଉଛି।