
କୋଲକାତା-ହୋଲି ପୁର୍ବରୁ ପଶ୍ଚିମବଙ୍ଗରେ ଗରମ ପ୍ରଭାବ ଦେଖାଇବା ଆରମ୍ଭ ହୋଇଛି। ଦକ୍ଷିଣ ବଙ୍ଗଳାର ଚାରୋଟି ଜିଲ୍ଲାରେ ଲୁ ର ଚେତାବନୀ ଜାରି କରାଯାଇଛି।ଗୁରୁବାର ଦିନ ଜାରି ପାଣିପାଗ ବିଭାଗର ବିବୃତ୍ତି ଅନୁଯାୟୀ ଶନିବାର ଏବଂ ରବିବାର ତାପମାତ୍ରା ସାମାନ୍ୟରୁ ପାଞ୍ଚ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ହୋଇପାରେ।କୋଲକାତା ସମେତ ସମଗ୍ର ଦକ୍ଷିଣ ବଙ୍ଗଳାରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି।ଅଲୀପୁର ସ୍ଥିତ ପାଣିପାଗ ବିଭାଗ କହିଛି ଯେ ବାଙ୍କୁଡା ,ବୀରଭୁମ,ପଶ୍ଚିମ ମେଦିନୀପୁର ଏବଂ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟରୁ ପାଞ୍ଚ ଡିଗ୍ରୀ ସେଲସିୟସ ଅଧିକ ରହିବ।କୋଲକାତା ଏବଂ ଦକ୍ଷିଣ ବଙ୍ଗଳାର ଅନ୍ୟ ଜିଲ୍ଲାରେ ମଧ୍ୟ ରବିବାର ତାପମାତ୍ରା ସାମାନ୍ୟରୁ ତିନିରୁ ଚାରି ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି।