
ନୂଆଦିଲ୍ଲୀ– ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ମହିଳା ସମୃଦ୍ଧି ଯୋଜନ ଅନ୍ତର୍ଗତ ଗରିବ ଭଉଣୀଙ୍କୁ 2500 ଟଙ୍କା ଦେବାର ପ୍ରତିଶ୍ରୁତି ପୂରଣ କରି କ୍ୟାବିନେଟ୍ ଏହା ଉପରେ ମୋହର ମାରିଛି । ସେ କହିଛନ୍ତି ଯେ, ଆଜି ଅନ୍ତର୍ଜାତୀୟ ମହିଳା ଦିବସର ଏକ ସୁନ୍ଦର ଅବସର ଅଟେ, ଏବଂ ଏହି ଅବସରର ସଦୁପଯୋଗ କରି ଆମେ ଆମ କ୍ୟାବିନେଟର ବୈଠକ କରିଛୁ, ଯେଉଁଥିରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । କ୍ୟାବିନେଟ୍ ମହିଳା ସମୃଦ୍ଧି ଯୋଜନାକୁ ମଂଜୁରୀ ଦେଇଛି । ଏହି ଯୋଜନା ପାଇଁ ଦିଲ୍ଲୀ ସରକାର ତାଙ୍କ ବଜେଟରେ 5100 କୋଟି ଟଙ୍କାର ପ୍ରାବଧାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ବିଜେପି ଦିଲ୍ଲୀ ମହିଳା ମୋର୍ଚ୍ଚାର କାର୍ଯ୍ୟକ୍ରମକୁ ସଂବୋଧିତ କରିଛନ୍ତି ।
ଏହି ଅବସରରେ ରେଖା ଗୁପ୍ତାଙ୍କ ସହିତ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ସହିତ ଅନେକ ପ୍ରମୁଖ ନେତା ସାମିଲ ହୋଇଥିଲେ । ଗୁପ୍ତା କହିଥିଲେ, “ଆମ ସମାଜ ବେଟି ବଚାଓ ଏବଂ ବେଟି ପଢ଼ାଓରୁ ଆଗେଇ ବେଟି ବଢାଓରେ ପହଁଚିଛି। ଏହା ସମସ୍ତଙ୍କ ପାଇଁ ଖୁସିର କଥା। ସମାଜକୁ ଆଗେଇ ଆସିବାକୁ ପଡ଼ିବ, ଯେଉଁଥିରେ ବେଟି ବଢାଓ ପାଇଁ କେବଳ ଶିକ୍ଷା ନୁହେଁ, ବରଂ ତାହାର ସ୍ୱାସ୍ଥ୍ୟ, ଆତ୍ମନିର୍ଭରତା, ସମ୍ମାନ ଏବଂ ସଶକ୍ତିକରଣ ଯେପରିକି ସମସ୍ତ ସାମଗ୍ରୀକୁ ଯୋଡ଼ିବାକୁ ପଡ଼ିବ।