
ଇମ୍ଫାଲ– ମଣିପୁରରେ ପ୍ରାୟ 2 ବର୍ଷ ପରେ ଶନିବାରରୁ ପ୍ରମୁଖ ରାସ୍ତାରେ ସରକାରୀ ବସ୍ ସେବା ପୁଣି ଆରମ୍ଭ ହୋଇଛି । ଇମ୍ଫାଲରୁ ସେନାପତି ଜିଲ୍ଲା ପାଇଁ କାଂଗପୋକପି ଦେଇ ଓ ଇମ୍ଫାଲରୁ ଚୁରାଚାନ୍ଦପୁର ଜିଲ୍ଲା ପାଇଁ ବିଷ୍ଣୁପୁର ରାସ୍ତାରେ ବସ୍ ଚାଲିଛି । ସକାଳ 9ଟାରେ ଇମ୍ଫାଲ ଏୟାରପୋର୍ଟରୁ ବସ୍ ଚାଲିଥିଲା । ଏହାସହିତ ପୂରା ରାଜ୍ୟରେ ଲୋକଙ୍କ ମୁକ୍ତ ଯିବାଆସିବା ମଧ୍ୟ ପୁଣି ଥରେ ଆରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତି ନିଆଯାଇଛି ।
ମୁଖ୍ୟ ସଚିବ ପିକେ ସିଂହ ଶନିବାର ଜାରି ଏକ ବୟାନରେ କହିଛନ୍ତି ଯେ, ଏହି ବସ୍ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ସୁରକ୍ଷାରେ ସଂଚାଳିତ ହେବ । ସେ ଏହାକୁ ଲୋକଙ୍କ ଅସୁବିଧା ଦୂର କରିବା ଓ ରାଜ୍ୟରେ ସାମାନ୍ୟ ସ୍ଥିତି ପୁନର୍ସ୍ଥାପିତ କରିବା ଦିଗରେ ଏକ ପଦକ୍ଷେପ ବୋଲି କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ବସ୍ ସେବାରେ ବାଧା ଉପଜାଇବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।