
ବାରଣାସୀ, ପ୍ରୟାଗରାଜ ମହାକୁମ୍ଭରେ ମହାଶିବରାତ୍ରିର ପୁର୍ବରୁ କାଶୀ ଆସିଥିବା ଶହଶହ ନାଗାସାଧୁ ବୁଧବାର ପଞ୍ଚକୋଶୀ ପରିକ୍ରମା ରାସ୍ତାରେ ଯାତ୍ରା କରିଛନ୍ତି।ଶ୍ରୀପଞ୍ଚାୟତୀ ମହାନିର୍ବାଣୀ ଅଖାଡେର ପ୍ରାୟ 33 ସାଧୁ ଶିୱାଲା ସ୍ଥିତ ଅଖାଡେରୁ ବାହାରି ଗଙ୍ଗା କୁଳରେ ପହଁଞ୍ଚିଥିଲେ।ଏଠାରେ ଡଙ୍ଗାରେ ଚଢି ହର ହର ଗଙ୍ଗେ ,ହର ହର ମହାଦେବଙ୍କ ଧ୍ୱନି ପ୍ରକମ୍ପିତ କରି ସାଧୁ ମୋକ୍ଷତୀର୍ଥ ମଣିକର୍ଣ୍ଣିକାର ଚକ୍ରପୁଷ୍କରିଣୀ ତୀର୍ଥରେ ପହଁଞ୍ଚିଥିଲେ।ଏଠାରେ ପରମ୍ପରା ଅନୁସାରେ ନାଗା ସାଧୁମାନେ ପଞ୍ଚକୋଶୀ ଯାତ୍ରା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବାବା ବିଶ୍ୱନାଥଙ୍କ ଦରବାରରେ ଦର୍ଶନ ଉପାସନା କରି ଡଙ୍ଗାରେ ଅସ୍ସୀଘାଟରେ ପହଁଞ୍ଚିଥିଲେ।ଏଠାରୁ କଡା ସୁରକ୍ଷା ମଧ୍ୟରେ ପଞ୍ଚକୋଶୀ ପରିକ୍ରମା ପଥର ପ୍ରଥମ ଷ୍ଟପ କନ୍ଦୱା ସ୍ଥିତ କର୍ମଦେଶ୍ୱର ମହାଦେବ ମନ୍ଦିର ପାଇଁ ବାହାରଥିଲେ।ସାଧୁମାନେ ପାଞ୍ଚ ଦିନ ପର୍ଯ୍ୟନ୍ତ ପଞ୍ଚକ୍ରୋଶୀ ଯାତ୍ରୀ କରିବେ। ଅଖାଡେର ଥାନାପତି ବିବେକ ଭାରତୀଙ୍କ ଅନୁସାରେ ନାଗାସନ୍ଥ ଏକ ଦିନରେ ପ୍ରାୟ 15 କିଲୋମିଟର ଦୁରତା ପାଦରେ ଅତିକ୍ରମ କରିବେ।ଗୁରୁବାର ସକାଳେ କର୍ଦମେଶ୍ୱର ମହାଦେବଙ୍କ ଆରାଧନା କରି ଆଗାମୀ ଷ୍ଟପ ଭୀମଚଣ୍ଡୀ ପାଇଁ ବାହାରିବେ।ଏଠାରେ ସାରାରାତି ଆରାଧନା ପରେ ଆଗାମୀ ଦିନ ରାମେଶ୍ୱର,ପାଞ୍ଚୋ ପଣ୍ଡୱା,ଶେଷ ଷ୍ଟପ କପିଳଧାରା ପହଁଞ୍ଚିବେ।ଏଠାରୁ ଏକ ଡଙ୍ଗାରେ ଚଢି ପୁଣି ମଣିକର୍ଣ୍ଣିକା ପହଁଞ୍ଚି ସଂକଳ୍ପ ପୁରା କରିବେ।ସାଧୁଙ୍କ ଅନୁସାରେ ପରିକ୍ରମା କରି ଆମେ ଆମର ଆରାଧ୍ୟଦେବଙ୍କ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ମିଳିଥାଏ। ଏହା ମଧ୍ୟ ଆଧ୍ୟାତ୍ମିକ ଶକ୍ତିର ଅନୁଭୁତି ଦେଇଥାଏ।