
ଭୁବନେଶ୍ୱର: ରାଜ୍ୟସ୍ତରୀୟ ମହିଳା ଫୁଟବଲ ଟୁର୍ଣାମେଣ୍ଟରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ ଆୟୋଜିତ ଦ୍ୱିତୀୟ ବୀର ସୁରେନ୍ଦ୍ର ସାଏଙ୍କ କପ୍ ସମ୍ବଲପୁରର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଆୟୋଜିତ କରାଯାଇଛି। କମିଶନର କଲୋନୀ କ୍ରିକେଟ କ୍ଳବ୍ ପଡିଆରେ ଏହି ଦ୍ଵିତୀୟ ବୀର ସୁରେନ୍ଦ୍ର ସାଏ କପ୍ ଆୟୋଜିତ କରାଯାଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗ ଦେଇଛନ୍ତି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାୟକ ଓ ସମ୍ବଲପୁରର ବିଧାୟକ ଜୟ ନାରାୟଣ ମିଶ୍ର ।