
ଶ୍ରୀନଗର -ଜାମ୍ମୁକାଶ୍ମୀର ଏବଂ ଲଦ୍ଦାଖରେ ଥଣ୍ଡାର ପ୍ରଭାବ ଜାରି ରହିଛି ଏବଂ ଅନେକ ଅଞ୍ଚଳରେ ତାପମାତ୍ରା ଶୁନ୍ୟରୁ ତଳେ ରେକର୍ଡ କରାଯାଇଛି।ତେବେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ସୁଧାର ହୋଇଛି।ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା 1.0 ଡିଗ୍ରୀ ସେଲସିୟସ ଥିଲା ,ଯାହା ପୁର୍ବଦିନ ତୁଳନାରେ କିଛି ଆରାମ ଦେଇଛି।କାଶ୍ମୀର ଘାଟୀରେ ଲାର୍ନୁ ସର୍ବାଧିକ ଥଣ୍ଡା ସ୍ଥାନ ହୋଇଥିବାବେଳେ ସୋନମର୍ଗ -4.8 ଡିଗ୍ରୀ ସେଲସିୟସରେ ଦ୍ୱିତୀୟ ସ୍ଥାନରେ ରହିଥିଲା।ଗୁଲମାର୍ଗ ଏବଂ ଶୋପିୟାଂ ଭଳି ଅନ୍ୟ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ମଧ୍ୟ ଗୁରୁତ୍ୱପୁର୍ଣ୍ଣ ହ୍ରାସ ଘଟିଛି ,ଯେଉଁଠାରେ ତାପମାତ୍ରା କ୍ରମଶଃ-3.2 ଡିଗ୍ରୀ ସେଲସିୟସ ଏବଂ -2.9 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।