
ମହାକୁମ୍ଭନଗର -ସଙ୍ଗମରେ ମହାକୁମ୍ଭ ଆରମ୍ଭ ହୋଇଛି।ମହାକୁମ୍ଭର ପ୍ରଥମ ଦିନପୌଷ ପୁର୍ଣ୍ଣିମା ଏବଂ ଦ୍ୱିତୀୟ ଦିନ ପ୍ରଥମ ଅମୃତ(ରାଜକୀୟ)ସ୍ନାନ ପାଇଁ ନାଗା ସାଧୁ ସଙ୍ଗମ ସ୍ନାନ ପାଇଁ ଯିବା ପରେ ସେମାନେ ଅତିକ୍ରମ କରିଥିବା ରାସ୍ତାର ଧୁଳି(ଚରଣ ରଜ)ସଂଗ୍ରହ କରିବାକୁ ଭକ୍ତଙ୍କ ମଧ୍ୟରେ ଭିଡ ହୋଇଥିଲା।ଲୋକମାନେ ନାଗା ସାଧୁ ଅତିକ୍ରମ କରିଥିବା ରାସ୍ତାର ମାଟି ଉଠାଇବାକୁ ଦୌଡିବାକୁ ଲାଗିଥିଲେ।ସୁଚନାଯୋଗ୍ୟ ଯେ 13 ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭ 26 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।ସମୁଦାୟ ଛଅଟି ପବିତ୍ର ସ୍ନାନ ,ସେଥିମଧ୍ୟରୁ ତିନୋଟି ଅମୃତ ସ୍ନାନ ।ଚରଣରଜ ପାଇଁ ଭକ୍ତମାନଙ୍କ ମଧ୍ୟରେ ମକର ସଂକ୍ରାନ୍ତି ଦିନ ସଙ୍ଗମରେ ପବିତ୍ର ବୁଡ ପକାଇଥିବା ପ୍ରଥମ ଅଖାଡା ଶ୍ରୀ ପଞ୍ଚାୟତୀ ଅଖାଡା ମହାନିର୍ବାଣୀ ଅଖଡା ଥିଲା।ଶ୍ରୀ ଶମ୍ଭୁ ପଞ୍ଚାୟତୀ ଅଟଳ ଅଖାଡେ ମହାନିର୍ବାଣୀ ଅଖାଡେଙ୍କ ସହିତ ଅମୃତ ସ୍ନାନ କରିଥିଲେ।ମହାନିର୍ବାଣୀ ଅଖାଡା ଏବଂ ଅଟଳ ଅଖାଡାଙ୍କ ମହନ୍ତ,ସାଧୁ ସନ୍ଥ ଏବଂ ନାଗା ଯେମିତି ଅମୃତ ସ୍ନାନ ପାଇଁ ସଙ୍ଗମ ଆଡକୁ ଯିବାମାତ୍ରେ ଭକ୍ତମାନେ ତାଙ୍କ ପାଦ ତଳର ମାଟି ସଂଗ୍ରହ କରିବା ପାଇଁ ଭିଡ ହୋଇଥିଲା।ଲୋକ ନାଗା ସାଧୁ ଯେଉଁ ଭୁମିରେ ପାଦ ରଖି ଯାଇଥିଲେ ସେଠାକାର ମାଟି ଉଠାଇବା ପାଇଁ ଭକ୍ତମାନେ ଦୌଡିବାକୁ ଲାଗିଥିଲେ। ଭକ୍ତମାନେ ନାଗା ସାଧୁ ଅତିକ୍ରମ କରିଥିବା ରାସ୍ତାର ମାଟି ସଂଗ୍ରହ କରି ଭକ୍ତିରେ ନିଜ ଘରକୁ ନେଇଥିଲେ।