ଗଞ୍ଜାମ– ବ୍ରହ୍ମପୁର ଖଜୁରିଆ ନିକଟ ଏକ ନିର୍ମାଣାଧିନ କୋଠାରୁ ଜବତ ହୋଇଥିବା ବୋମାକୁ ନିଷ୍କ୍ରିୟ କରାଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରିଛି । ଘଟଣାରେ ଜଣକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ।
ଆଜି ସକାଳେ ନିର୍ମାଣାଧିନ ଏହି କୋଠାରୁ ଏକ ବୋମାଭର୍ତି ବ୍ୟାଗ୍ ଜବତ ହୋଇଥିଲା । ୧୬ ନଂ ଜାତୀୟ ରାଜପଥର ବ୍ରହ୍ମପୁର ଖଜୁରିଆ ନିକଟରେ ଥିବା ଏହି ନିର୍ମାଣାଧିନ କୋଠାରୁ ବୋମାଭର୍ତି ବ୍ୟାଗ୍ କୁ ଜବତ କରିଥିଲା ପୋଲିସ । ପୋଲିସ ପାଟ୍ରୋଲିଂ ବେଳେ କିଛି ଯୁବକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ସୂଚନା ମିଳିଛି । ବ୍ୟାଗ୍ ରୁ ୭ଟି ସୁତୁଲି ବୋମାକୁ ଜବତ କରି ଏହାକୁ ନଷ୍ଟ କରିଛି ବୋମା ନିଷ୍କ୍ରିୟକାରୀ ଟିମ୍ । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଠାରେ ବୋମା ରଖିଥିଲା, ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।
Related Stories
January 21, 2025