ମାଲକାନଗିରି– ମାଲକାନଗିରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ମୀନ ମୁଦୁଲି ମାଲକାନଗିରି ଝାଟିମାଟି କଲୋନୀ ଓ ରାଜ କୁମାର ସାହୁ ଚିତ୍ରକୋଣ୍ଡା ଗ୍ରାମର ୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ “ଏ ଏଵଂ ଓ “ପଜେଟିଭ ଗୃପ ରକ୍ତର ଆବଶ୍ୟକତା ଥିଲା | ଫଳରେ ଉଭୟ ୨ ରୋଗୀଙ୍କ ପରିବାର ଲୋକେ ରକ୍ତ ଯୋଗାଡ଼ ପାଇଁ ବହୁ ଲୋକଙ୍କୁ ଫୋନ୍ କରି ନିରାଶ ହୋଇଥିଲେ | ଏହି ଖବର ରୋୟାଲ ରାଇଡର୍ସ ଗୃପ ସଦସ୍ୟ ଜାଣିବା ପରେ ତୁରନ୍ତ ପି. ନବୀନ ରାଓ ରୋୟାଲ ରାଇଡର୍ସ ର ସଦସ୍ୟ ଅନୀଲ କୁମାର ରକ୍ତ ଭଣ୍ଡାରକୁ ଯାଇ ମୀନ ଏବଂ ରାଜ କୁମାରଙ୍କୁ ରକ୍ତଦାନ କରିଥିଲେ | ତେବେ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ଏହି ଅବସରରେ ଅନ୍ୟତମ ସଦସ୍ୟ ରୋୟାଲ ରାଇଡର୍ସ ଗ୍ରୁପ ସତ୍ୟଜିତ ଗୌଡ଼, ଶ୍ୟାମ ମୁଦୁଲି ଉପସ୍ଥିତ ଥିଲେ |
Related Stories
January 16, 2025