ପ୍ରୟାଗରାଜ– ମହାକୁମ୍ଭ ୨୦୨୫କୁ ସକୁଶଳେ ସମ୍ପନ୍ନ କରଇବା ନେଇ ଶନିବାର ରାତିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁଗମ ଓ ସୁରକ୍ଷିତ ତଥା ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପ୍ରୟାଗରାଜ କମିଶନରେଟ ପୋଲିସ ଲାଇନ୍ ରେ ଉଜ୍ଜୈନ ପୋଲିସ ସହିତ ବିସ୍ତୃତ ଆଲୋଚନା କରାଯାଇଛି । ଏହି ସୂଚନା ଦେଇଛନ୍ତି ସହାୟକ ପୋଲିସ ଆୟୁକ୍ତ ରାଜକୁମାର ମୀନା । ସେ କହିଛନ୍ତି ଯେ, ମହାକୁମ୍ଭରେ ଆସିବାକୁ ଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସୁରକ୍ଷିତ ସ୍ନାନ କରାଇବା ନେଇ ରଣନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି ।
ଏହି ଆଲୋଚନାରେ ପୋଲିସ ମହାନିରୀକ୍ଷକ ଉଜ୍ଜୈନ, ଜୋନ୍, ଉମେଶ ଜୋଗା, ସହାୟକ ପୋଲିସ ଆୟୁକ୍ତ ରାଜକୁମାର ମୀନା, ପୋଲିସ ଉପମହାନିରୀକ୍ଷକ ଉଜ୍ଜୈନ ରେଞ୍ଜ୍ ନବନିତ ଭସିନ, ଉପପୋଲିସ ଅଧିକ୍ଷକ ଭାରତ ସିଂହ ଯାଦବ, ଉଜ୍ଜୈନ ଏବଂ ସୁବେଦାର ଯାତାୟାତ ନିବେଶ ମାଲବୀୟ ସାମିଲ୍ ଥିଲେ ।
Related Stories
January 21, 2025